ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ଏବଂ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।

ନବ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ନବ କଂଗ୍ରେସ ଛାଡ଼ିବେ ବୋଲି କିଛିଦିନ ହେଲା ଚର୍ଚ୍ଚା ହେଉଥିଲା।

ଇସ୍ତଫା ଦେବା ପରେ ନବ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, “ଝାରସୁଗୁଡ଼ାବାସୀ ଚାହିଁଲେନି ମୁଁ କଂଗ୍ରେସରୁ ପୁଣି ପ୍ରାର୍ଥୀ ହୁଏ। ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ମୁଁ କଂଗ୍ରେସରୁ ଇସ୍ତଫା ଦେଇଛି।”

ନବ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା। ୨୦୦୯ରୁ ସେ ଝାରସୁଗୁଡ଼ାରୁ କଂଗ୍ରେସ ଟିକେଟରେ ବିଧାୟକ ଭାବେ ଜିତି ଆସୁଥିଲେ। ନବ ଜାନୁଆରୀ ୨୪ରେ ବିଜେଡିରେ ଯୋଗ ଦେବେ।

ନିରଞ୍ଜନ କହିଛନ୍ତି, “ଏହା ଦୁଃଖଦାୟକ, କିନ୍ତୁ ଭଲ। ଯେଉଁମାନେ ଆଦର୍ଶହୀନ ରାଜନୀତି କରନ୍ତି ସେମାନେ ଚାଲିଯିବା ଦଳ ପାଇଁ ଭଲ। ଓଡ଼ିଶାରେ କଂଗ୍ରେସ ସଙ୍ଗଠନ ପୂର୍ବାପେକ୍ଷା ସୁଦୃଢ଼ ରହିଛି।”

Comment