ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଧମାଳ ପରେ ଏବେ କେନ୍ଦ୍ରାପଡ଼ାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’ ହୋଇଛନ୍ତି।

ପୁଣି ଜଣେ ସ୍କୁଲ ଛାତ୍ରୀ ହେଲେ ମା’। କିଛି ଦିନ ମଧ୍ୟରେ ପ୍ରଥମେ କନ୍ଧମାଳ , କଳାହାଣ୍ଡି ଓ ଢେଙ୍କାନାଳ ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସାମ୍ନାକୁ ଆସିଛି ସମାନ ଖବର।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଛାତ୍ରୀ ଜଣଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଝିଅକୁ ସ୍ଥାନୀୟ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପାଟକୁରା ଡାକ୍ତରଖାନାର ପ୍ରସୂତି ବିଭାଗର ଡାକ୍ତର ଛାତ୍ରୀଙ୍କର ପ୍ରସବ କରାଇଥିଲେ। ଉଭୟ ମା’ ଓ ଶିଶୁ ପୁତ୍ର ସୁସ୍ଥ ଅଛନ୍ତି ବୋଲି ଡାକ୍ତର ସୂଚନା ଦେଇଥିଲେ।

ପୁତ୍ର ସନ୍ତାନ ଜନ୍ମ ଦେବାପରେ ଛାତ୍ରୀଙ୍କ ପରିବାର ଲୋକେ ଡାକ୍ତରଖାନାରେ ଉଭୟଙ୍କୁ ଛାଡ଼ି ପଳାଇଛନ୍ତି।

ଡାକ୍ତରଖାନା ପକ୍ଷରୁ କେନ୍ଦ୍ରାପଡ଼ା ଶିଶୁ କଲ୍ୟାଣ ବୋର୍ଡକୁ ଖବର ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁ କଲ୍ୟାଣ ବୋର୍ଡର ସଦସ୍ୟମାନେ ଡାକ୍ତରଖାନାରେ ପହଞ୍ଚି ଉଭୟ ମା’ ଓ ଶିଶୁଙ୍କୁ ଗରଦପୁର ବ୍ଲକର କୋରୁଆଠାରେ ଥିବା ସ୍ୱଧାର ଗୃହକୁ ନେଇଛନ୍ତି। ଏପର୍ଯ୍ୟନ୍ତ ଥାନାରେ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନଥିବାରୁ ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ।

Comment