ଓଡ଼ିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ପିଚ୍ଛାନ(୨୧)ର ଅବସ୍ଥା ଗୁରୁତର ଅଛି। ପିଚ୍ଛାନକୁ ସିଂହ ସଫାରିର ଖାଦ୍ୟ ଗ୍ରହଣ କକ୍ଷରେ ରଖି ଚିକିତ୍ସା କରାଯାଉଛି।

ତେବେ ପିଚ୍ଛାନର ଅବସ୍ଥା ଗୁରୁତର ଥିବାରୁ ସେ ଠିକସେ ଖାଦ୍ୟ ଓ ପାନୀୟ ଗ୍ରହଣ କରିପାରୁ ନାହିଁ। ତାର ଚିକିତ୍ସା ଚାଲିଛି। ହଜମ ଶକ୍ତି ହରାଇଥିବାରୁ ତାକୁ ତରଳ ଖାଦ୍ୟ ଓ ଭିଟାମିନ୍‌ ଦିଆଯାଉଛି।

ବାର୍ଦ୍ଧକ୍ୟ ହେତୁ ପିଚ୍ଛାନ ଅସୁସ୍ଥ ହୋଇଥିବା ଜଣାପଡିଛି। ପିଚ୍ଛାନ ୧୯୯୮ ମସିହା ଏପ୍ରିଲ ମାସରେ ଜନ୍ମ ଗ୍ରହଣ କରିଥିଲା। ତାକୁ ଗୁଜୁରାଟର ଜୁନାଗଡ଼ରୁ ନନ୍ଦନକାନନକୁ ଅଣାଯାଇଥିଲା। ଅନ୍ୟପଟେ ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ଟି ସିଂହ ଓ ୭ଟି ସିଂହୀ ଅଛନ୍ତି।

Comment