ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶୀତପ୍ରକୋପ କମିଥିବା ବେଳେ ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରା ବଢିବାରେ ଲାଗିଛି। ଆସନ୍ତା ତିନିଦିନ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।

ସୂଚନାନୁସାରେ ୪୮ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗି ରହିବ। ବିଶେଷକରି ଉପକୂଳରେ ଅଧିକ କୁହୁଡ଼ି ଅନୁଭୂତ ହୋଇପାରେ।

୨୬ ତାରିଖରେ ମାଲକାନଗିରି,କୋରାପୁଟ, ନବରଙ୍ଗପୁର, ନୂଆପଡ଼ା,କଳାହାଣ୍ଡି, ବଲାଙ୍ଗିର, ସୋନପୁର,ବରଗଡ, କନ୍ଧମାଳ, ସମ୍ବଲପୁର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଏହାସହିତ ୨୭ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି।

Comment