ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ଓଡ଼ିଶାରେ ରାହୁଲ ଗାନ୍ଧି
  • ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ
  • ବୁଦ୍ଧିଜୀବୀ ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ସମାଲୋଚନା

“ନବୀନ-ମୋଦି ଗୋଟିଏ ବାଟରେ ଅଛନ୍ତି ଓ ଗୋଟିଏ ରାସ୍ତାରେ ଚାଲୁଛନ୍ତି। ମୋଦିଙ୍କ ପ୍ରତି କଥାରେ ନବୀନ ସମର୍ଥନ କରୁଛନ୍ତି”, ଟାଉନ୍‌ ହଲରେ ବୁଦ୍ଧିଜୀବୀ ସମ୍ମିଳନୀରେ ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି।

“ଓଡ଼ିଶାରେ ଏକ ଅମଲାତାନ୍ତ୍ରିକ ଏକଛତ୍ରବାଦ ଶାସନ ଚାଲିଛି। ନବୀନ ଓଡ଼ିଶାରେ ଏକଛତ୍ରବାଦ ଶାସନ ଚଳାଇଛନ୍ତି। ଏହି ଏକଛତ୍ରବାଦୀ ଶାସନରୁ ଓଡ଼ିଶାବାସୀଙ୍କୁ ମୁକ୍ତି ଦେବା କଂଗ୍ରେସର ଲକ୍ଷ୍ୟ”, କହିଛନ୍ତି ରାହୁଲ।

କେବଳ ଏତିକି ନୁହେଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ। ନା ନବୀନ ନା ମୋଦି କେହି ଚାଷୀଙ୍କ ପାଇଁ ସମ୍ବେଦନଶୀଳ ନୁହନ୍ତି ବୋଲି ସେ କହିଛନ୍ତି। ଓଡ଼ିଶାର ଶାସନ ପ୍ରଣାଳୀକୁ ସମାଲୋଚନା କରିବା ସହିତ ଏତେ ବର୍ଷ ହେଲାଣି ନବୀନ ଚାଷୀଙ୍କ ପାଇଁ କ’ଣ କରୁଥିଲେ ପଚାରିଛନ୍ତି ରାହୁଲ ଗାନ୍ଧି।

ସେ ଆହୁରି କହିଛନ୍ତି ଛତିଶଗଡ଼ରେ କଂଗ୍ରେସ ଋଣ ଛାଡ଼ ଓ ଧାନ ଏମ୍‌ଏସ୍‌ପି ବୃଦ୍ଧି ହେବାରୁ ନବୀନଙ୍କ ନିଦ ଭାଙ୍ଗିଲା।

ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି ରାହୁଲ ଗାନ୍ଧି। ଭୁବନେଶ୍ଵରରେ ପହଞ୍ଚି ତମାଣ୍ଡୋ ସଭାରେ ଯୋଗ ଦେବା ପୂର୍ବରୁ ଟାଉନ ହଲରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଛନ୍ତି ରାହୁଲ।

Comment