ଓଡ଼ିଶାଲାଇଭ୍ ବ୍ୟୁରୋ

ମାଓବାଦୀ ମାନେ ସଦିହ ସପ୍ତାହ ପାଳନ କରୁଛନ୍ତି। ଅନ୍ୟପଟେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଭଇଁସାଦାନୀ  ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ଏକ ସରକାରୀ ବସରେ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।

ପୋଷ୍ଟରେ ସେମାନେ ସରକାରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି। ପୋଷ୍ଟରରେ ‘ସମାଧାନ’ ଫାସିବାଦୀ ଅଭିଯାନ ଅନୁସାରେ ସଂଘର୍ଷ ପୂର୍ଣ୍ଣ ଅଞ୍ଚଳରେ ଅମାନୁଷିକ ନରସଂହାରକୁ ବିରୋଧ କରିଛନ୍ତି ମାଓବାଦୀମାନେ।  

ବ୍ରାହ୍ଣଣ, ହିନ୍ଦୁ, ଫାସୀବାଦି ଚିନ୍ତାଧାରରେ ବିଶ୍ୱାସ କରୁଥିବା ସରକାରଙ୍କୁ ବିରୋଧ କରୁଛନ୍ତି ମାଓବାଦୀ ମାନେ। ଏହା ସହିତ ମାଓବାଦୀମାନେ ୩୧ତାରିଖରେ ହେବାକୁ ଥିବା ଭାରତ ବନ୍ଦକୁ ସଫଳ କରିବା ଲାଗି ସେମାନେ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଅଞ୍ଚଳେ ଲୋକମାନଙ୍କ ମନରେ ଆଶଙ୍କା ଦେଖାଦେଇଛି।

Comment