ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଛନ୍ତି। ତେଣୁ ହିଂସାକାଣ୍ଡ, ପୋଡାଜଳା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ମାଲକାନଗିରି ପୋଲସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୀମାକୁ ସିଲ କରାଯିବା ସହ ରାସ୍ତାଘାଟରେ ଯାଞ୍ଚ କରାଯାଉଛି।

ବିଏସ୍‌ଏଫ୍‌ ଓ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କମ୍ବିଂ ଚାଲିଛି। ସେପଟେ ସହିଦ ସପ୍ତାହ ପାଳନ ପାଇଁ ଗାଁ ଗାଁରେ ଶ୍ରଦ୍ଧାଞ୍ଜଳି ସଭା କରିବାକୁ ମାଓବାଦୀମାନେ ଆହ୍ୱାନ ଦେଇଛନ୍ତି।

କରୋପୁଟ, ମାଲକାନଗିରି ମର୍ଡର ଡିଭିଜନର ସମ୍ପାଦକ ମାଓନେତା ବେଣୁ ଏକ ଅଡିଓ ଟେପ୍‌ ଜାରି କରି ସରକାରଙ୍କ ନକ୍ସଲ ବିରୋଧୀ ଯୋଜନାକୁ ବିରୋଧ କରିଛନ୍ତି।

ରାଜ୍ୟରେ ପୂର୍ବ ତୁଳନାରେ ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା ହ୍ରାସ ପାଇଛି। ବର୍ତ୍ତମାନ ୧୦ ମାଓବାଦୀ ସକ୍ରିୟ ଥିବା ଜଣାପଡ଼ିଛି।

Comment