ଓଡ଼ିଶାଲାଇଭ୍ ବ୍ୟୁରୋ

ଫ୍ୟାସନ ଦୁନିଆରେ କେତେ ବେଳେ କେଉଁ ଟ୍ରେଣ୍ଡ ଆସିବ ତାହା କେହି କହିପାରିବେ ନାହିଁ। ତେବେ ଏବେକା ଦୁନିଆରେ ପ୍ରାୟ ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ନିକଟରେ ଏକ ଅନଲାଇନ ସାଇଟ୍‌ରେ ଲାଟେଷ୍ଟ ଜିନ୍ସର ଡିଜାଇନକୁ ଲଞ୍ଚ କରାଯାଇଛି। ଯାହାକୁ ଦେଖି ଲୋକମାନେ ନିଜର ହସ ରୋକିପାରୁନାହାନ୍ତି।

ଯଦି ଆପଣଙ୍କୁ ଲାଗୁଛି କି ଏ ଜିନ୍ସ ଭୂଲରେ ଓଲଟା କେହି ପିନ୍ଧି ଦେଇଛି ତେବେ ଆପଣ ଭୂଲ ଭାବୁଛନ୍ତି, କାରଣ ଏହା ଭୂଲରେ ନୁହଁ ବରଂ ଟ୍ରେଣ୍ଡ ଅଟେ।

ଏହି ଜିନ୍ସର ମୂଲ୍ୟ ୧୫୦୦ଟଙ୍କା ରଖାଯାଇଛି। ଏହାର ଷ୍ଟିଚିଂ ସମ୍ପୂର୍ଣ୍ଣ ଦେଖାଯାଉଛି। ଭିତରର ପକେଟ ବାହାରେ ଡିଜାଇନ କରାଯାଇଛି। ଏହି ଜିନ୍ସର ଡିଜାଇନ ଦେଖି ଲାଗୁଛି ଯେମିତି କେହି ଏହାକୁ ତରତରରେ ଷ୍ଟ୍ରିଚ କରିଛି।

ଫ୍ୟାସନରେ କିଛି ବି ଷ୍ଟାଇଲକୁ ଡିଜାଇନ କରାଯାଉଛି ଓ ତାହାକୁ ଲୋକମାନେ ମଧ୍ୟ ଗ୍ରହଣ କରୁଛନ୍ତି। ଅନ୍ୟପଟେ ଏହି ଜିନ୍ସକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ କମେଣ୍ଟ ଆସୁଛି।

Comment