ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ ପୂର୍ବତନ ରକ୍ଷାମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର। ତାଙ୍କ ସହ ୫ ମିନିଟର ସକ୍ଷାତକାରକୁ ରାହୁଲ ରାଜନୈତିକ ରୂପ ଦେଇଛନ୍ତି ବୋଲି ଏହି ଚିଠିରେ ପାରିକର ଅଭିଯୋଗ କରିଛନ୍ତି। ଏହି ସାକ୍ଷାତକାରରେ ସେମାନଙ୍କ ମଧ୍ୟରେ  ରାଫେଲ ସଂପୃକ୍ତ କୌଣସି ଆଲୋଚନା ହୋଇନଥିଲା ବୋଲି ପାରିକର ଚିଠି ମାଧ୍ୟମରେ କହିଛନ୍ତି।

ଯୁବ କଂଗ୍ରେସର ଇନକଲାବ ରାଲିରେ ରାହୁଲ ଗାନ୍ଧି ପାରିକରଙ୍କ ସହ ସାକ୍ଷାତ କରିଥିବା ତଥା ଏହାକୁ ରାଫେଲ ପ୍ରସଙ୍ଗ ସହ ଯୋଡ଼ି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ପାରିକର ବୁଧବାର ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ଏହା ଉପରୁ ପରଦା ଉଠାଇଛନ୍ତି। ୫ ମିନିଟର ଏହି ସକ୍ଷାତକାରରୁ ରାଜନୈତିକ ଲାଭ ନ ଉଠାଉବା ପାଇଁ ପାରିକର ଚିଠି ଲେଖି ଜଣାଇଛନ୍ତି।

ଉକ୍ତ ରାଲିରେ ରାହୁଲ କହିଥିଲେ, “ମୁଁ ପୂର୍ବ ରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିଥିଲି। ରାଫେଲ ଡିଲ୍‌ ବଦଳିବା ସମୟରେ ପ୍ରଧାନମନ୍ତ୍ରୀ ପାରିକରଙ୍କ ପରାମର୍ଶ ନେଇ ନଥିଲେ ବୋଲି ନିଜେ ମନୋହର ପାରିକର ମତେ କହିଛନ୍ତି।”

ରାହୁଲଙ୍କ ଏହି ଭାଷଣ ପରେ ପାରିକରଙ୍କୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ବୁଧବାର ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ଏହା ଉପରୁ ପରଦା ଉଠାଇଛନ୍ତି ମନୋହର ପାରିକର।

Comment