ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଁରେ ଏଫ୍‌ଆଇଆର ରୁଜୁ ହୋଇଛି। ବୀର ସଭରକରଙ୍କୁ କାପୁରୁଷ ବୋଲି କହିଥିବାରୁ ପୁଣେର କିଛି ଲୋକ ରାହଲଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରିଛନ୍ତି। ପୁଣେ ସ୍ଥିତ ସିଂହଗଡ଼ ପୋଲିସ ଥାନାରେ ଏହି ଅଭିଯୋଗ ଦାଖଲ ହୋଇଛି।

ଫେବ୍ରୁଆରି ୭ରେ ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ ସମ୍ମିଳନୀରେରେ ରାହୁଲ ଗାନ୍ଧି ଉଦ୍‌ବୋଧନ ଦେଇଥିଲେ। ଉଦ୍‌ବୋଧନରେ ରାହୁଲ ବୀର ସଭରକରଙ୍କୁ କାପୁରଷ କହିବା ସହିତ ତାଙ୍କ ବିରୋଧରେ ଅନେକ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ।

ଏହା କିଛି ଲୋକଙ୍କ ବ୍ୟକ୍ତିଗତ ଭାବନାକୁ ଆଘାତ ଦେଇଛି। ଏନେଇ ଶନିବାର ପୁଣେର କିଛି ବ୍ୟକ୍ତି ରାହୁଲଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରିଛନ୍ତି।

Comment