ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ରଣକୌଶଳ ବୈଠକ ଆରମ୍ଭ ହୋଇଛି। ବୈଠକରେ ନିର୍ବାଚନ ରଣକୌଶଳ ଉପରେ ଆଲୋଚନା ଜାରି ରହିଛି।

ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ଗୁରୁତ୍ଵପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ବୈଠକରେ ଆଲୋଚନା ଚାଲିଛି। ବୈଠକରେ କେନ୍ଦ୍ର ଶାସିତ ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଛନ୍ତି। ଓଡ଼ିଶାରୁ ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମିଲ ହୋଇଛନ୍ତି।

ତେବେ ବୈଠକରେ ନିର୍ବାଚନ ରଣକୌଶଳ ଉପରେ ଆଲୋଚନା ହେବା ସହିତ ବିଭିନ୍ନ ରାଜ୍ୟମାନଙ୍କରେ ମେଣ୍ଟ ଗଠନ ଓ ପ୍ରାର୍ଥୀ ମାନଙ୍କ ନାମ ଚୟନ କରିବା ସମ୍ପର୍କରେ ଆଲୋଚନା ହେବ। ଏହାଛଡ଼ା କଂଗ୍ରେସ ଦଳ କ୍ଷମତାକୁ ଆସିଲେ ସର୍ବ ଭାରତୀୟ ସ୍ତରରେ ଚାଷୀ ଋଣ ଛାଡ଼ କରିବ ବୋଲି କହିଥିବାରୁ ଏହା କପରି ଲାଗୁ କରାଯାଇ ପାରିବ ସେ ସମ୍ପର୍କରେ ବୈଠକରେ ନିଷ୍ପତ୍ତି ନିଆଯାଇପାରେ।

ବିଭିନ୍ନ ରାଜ୍ୟ ପସିସି ସଭାପତିମାନେ ନିଜ ନିଜ ରାଜ୍ୟର ଦଳୀୟ ପରିସ୍ଥିତି ସମ୍ପର୍କରେ ବାସ୍ତବିକ ଚିତ୍ର ଏହି ବୈଠକରେ ପ୍ରସ୍ତୁତ କରିବେ।

Comment