ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସ୍ଵତନ୍ତ୍ର ରାଜ୍ୟପାହ୍ୟା ଦାବିରେ ଦିନିକିଆ ଉପବାସରେ ବସିଛନ୍ତି। ରାଜଧାନୀ ଦିଲ୍ଲୀରେ ନାଇଡୁ ତାଙ୍କ ଅନଶନ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ନାଇଡୁ ସକାଳ ୮ଟାରୁ ରାତି ୮ ଟା ଯାଏଁ ଅନଶନରେ ରହିବେ।

ଏଥିସହ ଦିଲ୍ଲୀରେ ନାଇଡୁଙ୍କର ଏକ ରାଲି କାର୍ଯ୍ୟକ୍ରମ ରହିଛି।

ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଅନଶନରେ ବସିଥିବା ନାଇଡୁ ମଙ୍ଗଳବାର ରାଷ୍ଟପ୍ରତି ରାମନାଥ କୋବିନ୍ଦଙ୍କୁ ସ୍ମାରକୀ ପତ୍ର ପ୍ରଦାନ କରିବେ।

ତେବେ ନାଇଡୁଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍ୱାଲ, ଫାରୁକ୍‌ ଅବଦୁଲ୍ଲା ସମର୍ଥନ ଜଣାଇଛନ୍ତି।

ତେବେ ଏହାପୂର୍ବରୁ ମଧ୍ୟ ନାଇଡୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ୨୦୧୩ରେ ଅନଶନରେ ବସିଥିଲେ।

 

Comment