ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ମହାସଚିବ ଦାୟିତ୍ଵ ନେବାପରେ ପ୍ରିୟଙ୍କା ଗାନ୍ଧି ସୋମବାର ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ଗସ୍ତ କରୁଛନ୍ତି। ଉତ୍ତରପ୍ରଦେଶ ଗସ୍ତରେ ଆସି ପ୍ରିୟଙ୍କା ରାଜଧାନୀ ଲକ୍ଷ୍ନୌରୁ୧୫ କିଲୋମିଟର ଯାଏଁ ରୋଡ ସୋ କରିବେ।

ଲକ୍ଷ୍ନୌ ଏୟାରପୋର୍ଟରୁ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବା ରୋଡରେ ପ୍ରିୟଙ୍କାଙ୍କ ଭାଇ ରାହୁଲ ଗାନ୍ଧି ସାମିଲ ହେବେ। ରାହୁଲ ଉତ୍ତରପ୍ରଦେଶ ଗସ୍ତ ପୂର୍ବରୁ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି।

ରାହୁଲଙ୍କ ସମେତ ଏହି ଏହି ରୋଡ୍‌ ଶୋ’ରେ ଉତ୍ତରପ୍ରଦେଶ ପଶ୍ଚିମାଞ୍ଚଳ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବି ସାମିଲ ହେବେ।

ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କ ସ୍ଵାଗତ ପାଇଁ ଲକ୍ଷ୍ନୌସ୍ଥିତ କଂଗ୍ରେସ କାର୍ଯ୍ୟାଳୟକୁ ସାଜସଜ୍ଜା କରାଯାଇଛି। ଦଳୀୟ କର୍ମକର୍ତ୍ତାମାନେ ଏନେଇ ପ୍ରସ୍ତୁତ ହୋଇଛନ୍ତି। ପ୍ରିୟଙ୍କା ୪ ଦିନ ଉତ୍ତରପ୍ରଦେଶରେ ରହିବେ ଓ ଦଳୀୟ କର୍ମୀଙ୍କୁ ଭେଟି ନିର୍ବାଚନ ରଣନୀତି ଉପରେ ଆଲୋଚନା କରିବେ।

Comment