ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି। ସୋସିଆଲ ମିଡିଆଠୁ ଆରମ୍ଭ କରି ସମାବେଶ ସବୁଠି ଏବେ ରାହୁଲ ଆଗରେ। ରାହୁଲ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଗୁଜୁରାଟ ଓ ରାଜସ୍ଥାନ ଗସ୍ତ କରିବେ। ସେଠାରେ ରାହୁଲ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବୋଧନ ଦେବେ।

ରାହୁଲ ରାଜସ୍ଥାନର ଆଜମୈରରେ ସେବା ଦଳ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବୋଧନ ଦେବେ। ନିକଟରେ ରାଜସ୍ଥାନରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରିଥିଲା। ରାଜସ୍ଥାନରେ ଜିତିବା ପରେ କଂଗ୍ରେସର ମନୋବଳ ଦୃଢୃ ହୋଇଛି।

ରାଜସ୍ଥାନରେ ପରେ ମୋଦିଙ୍କ ରାଜ୍ୟ  ଗୁଜୁରାଟ ଯିବେ ରାହୁଲ। ଗୁଜୁରାଟର ବାଲସଡ଼ରେ ଆୟୋଜିତ ଏକ ସଭାରେ ଯୋଗ ଦେବେ।

ତେବେ ରାଫେଲ କଥା କହି ସବୁଠରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷୁଥିବା ରାହୁଲ ଗାନ୍ଧିଙ୍କ ଏହି ଦୁଇ କାର୍ଯ୍ୟକ୍ରମରେ କେଉଁ ପ୍ରସଙ୍ଗ ଉପରେ ଗୁରୁତ୍ଵ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି

Comment