ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ  ଆକ୍ରମଣରେ ୩୦ରୁ ଅଧିକ ଯବାନ ସହିଦ ହୋଇଥିବା ଘଟଣା ସାରା ଭାରତରେ ଚର୍ଚ୍ଚା ସୃଷ୍ଟି କରିଛି। ଆତଙ୍କବାଦୀଙ୍କ ଏଭଳି ଘଟଣାକୁ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, ମେହବୁବା ମୁଫ୍‌ତୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତୀବ୍ର ନିନ୍ଦା କରିଛନ୍ତି।

ଏଭଳି ଏକ ହୃଦୟ ବିଦାରକ ଘଟଣା ପରେ ଜମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ସହ କଥା ହୋଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ଆସନ୍ତା କାଲି ରାଜନାଥ ସିଂହ ଶ୍ରୀନଗର ଯିବେ।

ଅନ୍ୟପକ୍ଷରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ଜରୁରୀ ବୈଠକ ଡାକିଛନ୍ତି।

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରେ ୩୦ ଜଣ ସିଆରପିଏଫ୍‌ ଯବାନ ସହିଦ୍‌ ହୋଇଛନ୍ତି।

Comment