ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ପହଞ୍ଚିଲା ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କ ପାର୍ଥିବ ଶରୀର। ଜମ୍ମୁ କାଶ୍ମୀର ଶ୍ରୀ ନଗରରୁ ସ୍ୱତନ୍ତ୍ର ବିମାନ ଯୋଗେ ସହିଦଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯାଇଛି। ବର୍ତ୍ତମାନ ସହିଦଙ୍କୁ ପାଲମ ବିମାନଘାଟିରେ ରଖାଯାଇଛି। ଏଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସାରା ଦେଶ ଏକଜୁଟ ହୋଇଛି।

ବିଭିନ୍ନ ରାଜନୈତିକ ଦଳର ନେତାମାନେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜଳ, ସ୍ଥଳ ଓ ଆକାଶ ମାର୍ଗ ତିନ ବାହିନୀର ମୁଖ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।

ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ ଘଟଣା ଦେଶବ୍ୟାପି ଲୋକଙ୍କ ହୃଦୟ ଥରାଇ ଦେଇଛି। ଜମ୍ମୁ କାଶ୍ମୀରରେ ସେନା ପକ୍ଷରୁ ସହିଦ ଯବାନଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ବର୍ତ୍ତମାନ ସହିଦଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ସ୍ଥିତ ପାଲମ ବିମାନଘାଟିରେ ରଖାଯାଇଛି।

Comment