ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଲାଗି ୧୫ ଫେବ୍ରୁଆରିରେ ଭାରତୀୟ ଟିମ୍‌ ଚୟନ କରାଯିବ। ତେବେ ଟିମ୍‌ରେ ଅନେକ ଖେଳାଳିଙ୍କ ନାଁ ପୂର୍ବରୁ ଜଣାଯାଇଛି,ମାତ୍ର ପୁରା ଟିମରେ ଦୁଇ ତିନିଜଣ ଖେଳାଳିଙ୍କୁ ଚୟନ କରିବା କମିଟି ଲାଗି ଟିକେ କଷ୍ଟ ହେଉଛି।

କାରଣ କିଛି ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ପାଖାପାଖି ଅଛି। ଏହି ତାଲିକାରେ ସବୁଠୁ ଆଗରେ ଋିଷଭ ପନ୍ତ ଅଛନ୍ତି। ଋିଷଭ ଗତ ବର୍ଷ କ୍ରିକେଟର ଦୁଇ ରୁ ତିନିଟି ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି।

ଟିମ୍‌ ମ୍ୟାନେଜମେଣ୍ଟର କହିବା କଥା ଋିଷଭ ଭାରତୀୟ ଟିମ୍‌ ଲାଗି ଭଲ ମୁଣ୍ଡବ୍ୟଥା ଅଟନ୍ତି। ଅର୍ଥାତ ମ୍ୟାନେଜମେଣ୍ଟ ବି ପନ୍ତଙ୍କ ଭୂମିକା ନେଇ ନିଷ୍ପତ୍ତି ନେଇପାରୁନାହାନ୍ତି।

ଚୟନକର୍ତ୍ତାଙ୍କଠୁ ଆରମ୍ଭ କରି ମ୍ୟାନେଜମେଣ୍ଟ ଯାଏଁ କେହି ଏହା ନିଷ୍ପତ୍ତି ନେଇ ପାରୁନାହାନ୍ତିକି ଋିଷଭ ପନ୍ତଙ୍କୁ କେଉଁ ନମ୍ବରରେ ରଖିବେ ଓ କାହା ସ୍ଥାନରେ ରଖିବେ। ତେବେ ଟିମ୍‌ରେ କେତେ ନମ୍ବରେ ଋିଷଭଙ୍କୁ ସ୍ଥାନ ମିଳୁଛି ତାହା ଖେଳାଳି ଚୟନ ପରେ ହିଁ ସ୍ପଷ୍ଟ ହୋଇପାରିବ।

Comment