ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କାଶ୍ମୀରର ପୁଲୱାନାରେ ହୋଇଥିବା ଆତଙ୍କୀ ଘଟଣାରେ ୪୪ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ଏହି ଘଟଣାକୁ ସର୍ବ ଅଖିଳ ଭାରତୀୟ ବ୍ୟବସାୟୀ ସଙ୍ଘ ତୀବ୍ର ନିନ୍ଦା କରିଛନ୍ତି। ସହିଦଙ୍କୁ ସମ୍ମାନ ଜଣାଇବା ସହ ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଅଖିଳ ଭାରତୀୟ ବ୍ୟବସାୟୀ ସଙ୍ଘ ଫେବ୍ରୁଆରି ୧୮(ସୋମବାର)ରେ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି।

ସୋମବାର ରାଜ୍ୟର ସମସ୍ତ ଫୁଟପାଥ ଦୋକାନୀଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସମସ୍ତ ସଂସ୍ଥା ବନ୍ଦ ରହିବ। ଏଥିପାଇଁ ସାଧାରଣ ଜନତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପୂର୍ବରୁ ସୂଚନା ଦିଆଯାଉଛି।

ଏଥିସହ ଅଖିଳ ଭାରତୀୟ ବ୍ୟବସାୟୀ ସଙ୍ଘର ବନ୍ଦ ଆହ୍ୱାନରେ ସାମିଲ ହେବାକୁ ସଂଘର ସମ୍ପାଦକ ସୁଧାକର ପଣ୍ଡା ଅନୁରୋଧ କରିନ୍ତି। ଏହି ବନ୍ଦ ଜରିଆରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଅଖିଳ ଭାରତୀୟ ବ୍ୟବସାୟୀ ସଙ୍ଘ।

Comment