ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌ର ବିସ୍ପୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟରୁ ଅବସର ନେବେ। ୩ମାସ ପରେ ଇଂଲଣ୍ଡରେ ହେବାକୁ ଥିବା ୨୦୧୯ ବିଶ୍ଵ କପ ପରେ ସେ ଦିନିକିଆ କ୍ରିକେଟରୁ ଅବସର ନେବେ। ସୋମବାର ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ଟିମ୍‌ ଟୁଇଟ୍ କରି ଏହି ସୂଚନା ଦେଇଛି।

ବର୍ତ୍ତମାନ କ୍ରିସ ଗେଲ୍‌ ନିଜ ଘରୋଇ ଟିମ୍‌ ସହ ବାର୍ବାଡୋସ୍‌ରେ ଅଭ୍ୟାସ ସେସନରେ ଭାଗ ନେବାକୁ ଆସିଛନ୍ତି। ଅଭ୍ୟାସ ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି କ୍ରିସ ଗେଲ।

ଓ୍ଵେଷ୍ଟଇଣ୍ଡିଜ ଦଳ ବାର୍ବାଡୋସ୍‌ରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଗେଲ ମଧ୍ୟ ଏହି ସିରିଜର ପ୍ରଥମ ଦୁଇଟି ଦିନିକିଆ ଖେଳିବେ।

Comment