ଓଡ଼ିଶାଲାଇଭ୍‌ ବ୍ୟୁରୋ

 

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର। ମଙ୍ଗଳବାର ଭୋର୍‌ ୪ଟାରେ କୁଖ୍ୟାତ ଅପରାଧି ଜୁଲୁ ଓରଫ ଗଣେଶ ମଳିକକୁ ଏନକାଉଣ୍ଟର କରିଛି କେନ୍ଦ୍ରାପଡ଼ା ପୋଲିସ। ଜୁଲୁ ନାମରେ କେନ୍ଦ୍ରାପଡ଼ା ସଦର ଥାନାରେ ୩ଟି ଅପରାଧିକ ମାମଲା ରହିଥିବା ବେଳେ ରାଜ୍ୟର ଅନେକ ଥାନାରେ ଅନେକ ମାମଲା ରହିଛି।

୫ ବର୍ଷ ହେଲା ଗଣେଶ ପୋଲିସ ଆଖିରେ ଧୂଳି ଦେଇ ଅପରାଧ ଦୁନିଆରେ ରାଜ କରି ଚାଲୁଥିଲା। ବହୁ ଅପରାଧିକ ମାମଲାରେ ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା କେନ୍ଦ୍ରାପଡ଼ା ସଦର ଥାନା ନାନକାର ଗାଁର ଜୁଲୁ ଓରଫ ଗଣେଶ ମଳିକ ସୋମବାର ଘରକୁ ଆସିଥିବା ଖବର ପାଇଥିଲା ପୋଲିସ। ଭୋର ୪ଟାରେ କେନ୍ଦ୍ରାପଡ଼ା ସଦରଥାନା ପୋଲିସ ଓ କେନ୍ଦ୍ରାପଡ଼ା ସ୍ପେସିଆଲ ସ୍କ୍ୱାର୍ଡ ପୋଲିସ ଏକାଠି ହୋଇ ଗଣେଶର ଘର ଉପରେ ଚଢ଼ାଉ କରିଥିଲେ। ଘରେଥିବା ଗଣେଶକୁ ଧରିବାକୁ ସକ୍ଷମ ହୋଇଥିଲା ପୋଲିସ।

ଗଣେଶକୁ କାବୁ କରି ଥାନାକୁ  ଆଣିବା ବେଳେ କଜଳା ନାନକାର ରାସ୍ତାରେ ଗଣେଶ ହଠାତ୍‌ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରି ଖସି ଯିବାକୁ ଉଦ୍ୟମ କରିଥିଲା। ଗଣେଶ ବନ୍ଧୁକରୁ ଦୁଇଟି ଗୁଳି ଫାୟାର ହୋଇଥିଲା। ପୋଲିସ ଗଣେଶ ହାତରେ ଲୋଡେଡ ବନ୍ଧୁକ ଦେଖି ପାଲଟା ଗୁଳି ଚଳାଇବାରୁ ଗଣେଶର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଗଣେଶର ବନ୍ଧୁକ, ଗୁଳି ଜବତ କରିଛି ପୋଲିସ।

ଗଣେଶର ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଗଣେଶଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ୫ ବର୍ଷ ହେଲା ପୋଲିସ ହାବୁଡ଼ରୁ ଖସି ବୁଲୁଥିଲା ଗଣେଶ।

ଗତ ଜାନୁୟାରୀ ମାସ ୨୨ ତାରିଖରେ ସ୍ପେସାଲ ସ୍କ୍ୱାର୍ଡ ପୋଲିସ ରାଜନଗର ପୋଲିସ ସହାୟତାରେ ରାଜନଗରର କରୁଣ୍ଟି ନିକଟରେ ବାବୁ ଓରଫ ସଞ୍ଜୟ ବିଶ୍ୱାଳକୁ ଏନକାଉଣ୍ଟର କରିଥିଲା ପୋଲିସ। ମଙ୍ଗଳବାର କେନ୍ଦ୍ରାପଡ଼ା ସଦରଥାନା ନାନାକାର ରାସ୍ତାରେ ଜୁଲୁ ଓରଫ ଗଣେଶକୁ ଏନକାଉଣ୍ଟର କରାଯାଇଛି। ୨୦୧୮ ମସିହାରେ ୫ଟି ଏନକାଉଣ୍ଟର କରିଥିଲା ପୋଲିସ।

Comment