ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର ସକାଳ ୧୦ରେ ବିମାନବନ୍ଦରରେ ପହଞ୍ଚିବେ ଆଦିତ୍ୟନାଥ।

ଭବାନୀପାଟନାରେ ମା ମାଣିକେଶ୍ୱରୀଙ୍କ ଦର୍ଶନ ପରେ ଲାଲ୍‌ ବାହାଦୂର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସମାବେଶରେ ଉଦବୋଧନ ଦେବେ।

ଏହାପରେ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ। ସେଠାରେ ନାଚୁଣି କଲେଜ ପଡ଼ିଆରେ ଆୟୋଜିତ ସଭାରେ ଯୋଗ ଦେବେ।

ଆଗକୁ ନିର୍ବାଚନ ଆସୁଥିବା ବେଳେ ଆଦିତ୍ୟନାଥଙ୍କ ଓଡ଼ିଶାଗସ୍ତକୁ ନେଇ ନେତା କର୍ମୀ ଉତ୍ସାହିତ ଅଛନ୍ତି। ସରକାରଙ୍କ ଯୋଜନା କିପରି ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିଛି ଓ କେତେ ଲୋକ ଉପକୃତ ହୋଇଛନ୍ତି ତାହା ଲୋକଙ୍କ ପାଖରେ ପହଞ୍ଚାଇବେ।

LEAVE A REPLY

Please enter your comment!
Please enter your name here