ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଆଜି ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।

ଅପରାହ୍ନ ୪ଟା୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ  ନୀତି ପରେ ଦତ୍ତମହାପାତ୍ର ସେବାକ ବନକଲାଗି ନୀତି କରିବେ।

ବନକାଲାଗି ନୀତିରେ ବିଭିନ୍ନ ପ୍ରାକୃତିକ ସାମଗ୍ରୀ ତିଆରି ହୋଇଥିବା ପ୍ରଲେପରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରାଯାଇଥାଏ।

Comment