ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବ ନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରାକୁ ଦୁର୍ଭାଗ୍ୟଜନକ କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।

“ମାଟ୍ରିକ ପରୀକ୍ଷା ପ୍ରସ୍ତୁତିକୁ ଭ୍ରୁକ୍ଷେପ ନକରି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ରାସ୍ତାରୋକ, ପୋଡ଼ାଜଳା କରାଯାଇଛି। ଅଶାନ୍ତ ବାତାବରଣ ଯୋଗଁ ପରୀକ୍ଷାର୍ଥୀଙ୍କୁ ମାନସିକ ଆଘାତ ଲାଗିଛି”, କହିଛନ୍ତି ଅର୍ଥମନ୍ତ୍ରୀ।

ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସର ସମର୍ଥନ ଆହୁରି ଦୁର୍ଭାଗ୍ୟଜନକ କହିଛନ୍ତି। ବନ୍ଦ ଯୋଗୁଁ ସାଧାରଣ ଜନତା ସବୁଠୁ ଅଧିକ ହଇରାଣ ଓ ଅସନ୍ତୁଷ୍ଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here