ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଫରେଷ୍ଟ ନିକଟବର୍ତ୍ତୀ ଚତୁରିଘାଟରୁ ଏକ ୫ ବର୍ଷର ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ଶନିବାର ବନ ବିଭାଗ କର୍ମକର୍ତ୍ତା ହାତୀର ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଏହି ୫ ବର୍ଷର ହାତୀ ଛୁଆଟି ଆମାଶୟ ରୋଗରେ ଆକ୍ରାନ୍ତ ହୋଇଥିଲା। ଶନିବାର ସଂକ୍ରମଣ ଓ ଡିହାଇଡ୍ରେସନ ପାଇଁ ହାତୀ ଛୁଆର ମୃତ୍ୟୁ ଘଟିଛି ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

ଶୁକ୍ରବାର ଠାରୁ ଏହି ହାତୀ ଛୁଆଟି କେନ୍ଦୁମୁଣ୍ଡି ରାସ୍ତାକଡ଼ରେ ଅସୁସ୍ଥ ଅବସ୍ଥାରେ ପଡ଼ିଥିଲା। ଯେହେତୁ ହାତୀଟି ଅସୁସ୍ଥ ପାଇଁ ଚାଲି ପାରୁନଥିଲା, ତେଣୁ ଅନ୍ୟ କିଛି ହାତୀ ତାହାକୁ ରାତି ସାରା ଜଗି ବସିଥିଲେ। ଏହି କାରଣରୁ ହାତୀ ଛୁଆର ଚିକିତ୍ସା କରାଯାଇ ପାରିଲାନାହିଁ ବୋଲି ପଶୁ ଡାକ୍ତର ଲିଙ୍ଗରାଜ ମହନ୍ତ କହିଛନ୍ତି। ଯେତେବେଳେ ହାତୀ ପାଖରେ ଡାକ୍ତର ପହଞ୍ଚିଥିଲେ, ସେତେବେଳକୁ ହାତୀଟିର ମୃତ୍ୟୁ ହୋଇସାରିଥିଲା।

ଶନିବାର ବନ ବିଭାଗର କର୍ମକର୍ତ୍ତା ହାତୀ ଛୁଆର ମୃତଦେହକୁ ସଂସ୍କାର କରିଛନ୍ତି।

Comment