ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍‌ କ୍ୟୁରି ରଞ୍ଜିତ କୁମାର। ଦୁଇ ଘଣ୍ଟା ଶ୍ରୀମନ୍ଦିରର ଅନୁଧ୍ୟାନ କରିବା ପରେ ପରିଚାଳନା କିମଟି-ଆମିକସ୍ କ୍ୟୁରିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ହୋଇଛି।

ଆମିକସ୍‌ କ୍ୟୁରିଙ୍କ ସହ ବୈଠକ ପରେ ଗଜପତି ମହାରାଜା ପ୍ରତିକ୍ରିୟା ଦେଇଛନ୍ତି। “ପ୍ରଶାସନିକ, ସେବକ ସମ୍ପର୍କିତ ଏବଂ ଧାର୍ମିକ ସଂସ୍କାର ଜରୁରୀ ଅଟେ। ଏହି ୩ଟି କ୍ଷେତ୍ରରେ ମୂଳତଃ ସଂସ୍କାର ଆବଶ୍ୟକତା ରହିଛି। ଏହି ତିନୋଟି କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ ଆମିକସ୍‌ କ୍ୟୁରିଙ୍କୁ। ଶ୍ରୀମନ୍ଦିର ସଂସ୍କାର ନିହାତି ଅପରିହାର୍ଯ୍ୟ ବୋଲି ଜଣାଇଛି “, କହିଛନ୍ତି ଗଜପତି।

ସେ ଆହୁରି କହିଛନ୍ତି, ୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେଇଥିଲେ। ହେଲେ ସରକାର ଶ୍ରୀମନ୍ଦିର ସମସ୍ୟାଗୁଡ଼ିକୁ ବିଶେଷ ଧ୍ୟାନ ଦେଇନାହାନ୍ତି।

Comment