ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏୟାରଷ୍ଟ୍ରାଇକ ପରେ ସୀମାନ୍ତରେ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ସୀମା ଆରପଟୁ ଗୁଳି ଆସୁଥିବା ବେଳେ ଭାରତୀୟ ଯବାନ ଏହାର ଜବାବ ଦେଉଛନ୍ତି। ଏଭଳି ସ୍ଥିତିରେ ଆଗକୁ କ’ଣ କରାଯିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ତିନି ସେନା ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ବୈଠକ ଦୁଇ ଘଣ୍ଟା ଧରି ଚାଲିଥିଲା। ବର୍ତ୍ତମାନ କ’ଣ ସ୍ଥିତି ଅଛି ତାହା ଜାଣିବା ପାଇଁ ଚାହିଁଥିଲେ ମୋଦି। ଏହି ବୈଠକରେ କ’ଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ।

ଏପଟେ ଭାରତୀୟ ବିଦେଶ ମନ୍ତ୍ରାଳୟ ପାକିସ୍ତାନ ବିଦେଶ ମନ୍ତ୍ରାଳୟକୁ ପୁଲୱାମା ଆତଙ୍କବାଦୀ ଆକ୍ରମଣର ସମସ୍ତ ପ୍ରମାଣ ହସ୍ତାନ୍ତର କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଥିଲେ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରମାଣ ଭାରତ ଦେବ ତାହାଲେ ସେ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Comment