ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆସନ୍ତା ମାର୍ଚ୍ଚ ୫ରେ ପରବର୍ତ୍ତୀ ଶୁଣାଣି ହେବ। ବୁଧବାର ସୁପ୍ରିମକୋର୍ଟର ତିନି ବିଚାରପତିଙ୍କ ଖଣ୍ଡପୀଠରେ ଜଷ୍ଟିସ୍‌ ଅର୍ଜୁନ କୁମାର ସିକ୍ରିଙ୍କ ଅନୁପସ୍ଥିତ ଅଛନ୍ତି। ସେଥିପାଇଁ ଆସନ୍ତା ମାର୍ଚ୍ଚ ୫ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ବୁଧବାର ଆମିକସ୍ କ୍ୟୁରୀ ରଂଜିତ କୁମାର ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ତେବେ ଜଷ୍ଟିସ୍‌ ଏ.କେ ସିକ୍ରିଙ୍କ ଅନୁପସ୍ଥିତ ଯୋଗୁଁ ଏହି ଶୁଣାଣିକୁ ମାର୍ଚ୍ଚ ୫ ତାରିଖରେ ଧାର୍ଯ୍ୟ କରାଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ଫେବ୍ରୁଆରି ୨୩, ୩୪ରେ ଆମିକସ୍ କ୍ୟୁରୀ ରଂଜିତ କୁମାର ପୁରୀ ଆସିଥିଲେ। ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଲୋଚନା କରି ଆମିକସ୍ କ୍ୟୁରୀ ବୁଧବାର ସୁପ୍ରିମ୍‌ କୋର୍ଟରେ ରିପୋର୍ଯ ଦାଖଲ କରିଛନ୍ତି। ଏହି ଯାତ୍ରାରେ ହାଲିଆ ହୋଇଥିବା କଥା ଅଦାଲତରେ ପ୍ରକାଶ କରିଛନ୍ତି। ଏନେଇ ସବିଶେଷ ତଥ୍ୟ ଦେବାକୁ ଆମିକସ୍ କ୍ୟୁରୀ ରଂଜିତ କୁମାର ଅଧିକ ସମୟ ମାଗିଥିବା ସୂଚନା ମିଳିଛି।

Comment