ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନ ବାଲାକୋଟରେ ଥିବା ଆତଙ୍କୀ ସଂଗଠନ ଉପରେ ବୋମା ପକାଇବା ପରେ ସାରା ଦେଶରେ ଖୁସିର ଲହରୀ ଖେଳି ଯାଇଛି। କିଛି ସ୍ଥାନରେ ଲୋକ ରାସ୍ତାକୁ ଓହ୍ଲାଇଥିବା ବେଳେ ଘରେଘରେ ଉତ୍ସବର ମାହୋଲ ଖେଳିଯାଇଥିଲା। ଏହି ସମୟରେ ରାଜସ୍ଥାନରେ ଏକ ସୈନିକ ପରିବାରରେ ଜନ୍ମ ହୋଇଥିଲା ଏକ ଶିଶୁ। ଯାହାର ନାମ ପରିବାର ଲୋକ ମିରାଜ୍ ସିଂ ରାଠେର ରଖିଛନ୍ତି।

ନାଗୋର ଜିଲ୍ଲାର ଡାବଡା ଗ୍ରାମରେ ରହୁଥିବା ମହାବୀର ସିଂଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପିଲାଟିର ଜନ୍ମ ଠିକ୍ ସେହି ସମୟରେ ହୋଇଥିଲା ଯେତେବେଳେ ଭାରତୀୟ ସେନା ମିରାଜ ବିମାନ ଜରିଆରେ ପାକିସ୍ତାନ ଭୂଇଁରେ ବୋମା ବର୍ଷ କରୁଥିଲା।

ପୁଲୱାମା ସହିଦଙ୍କ ବଦଲା ଭାବେ ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ପାଇଁ ପରିବାରଲୋକ ନବଜାତର ନାମ ମିରାଜ ସିଂହ ରାଠେର ରଖିଛନ୍ତି। ମିରାଜଙ୍କ ପରିବାରର ଅଧିକାଂଶ ସଦସ୍ୟ ସେନାରେ ରହିଛନ୍ତି।

Comment