ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାରଷ୍ଟ୍ରାଇକ ପରେ ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହୋଇଛି। ଏନେଇ ଆଜି ସନ୍ଧ୍ୟାରେ କ୍ୟାବିନେଟ ସୁରକ୍ଷା କମିଟି ବୈଠକ ବସିବ।

ପିଓକେରେ ଭାରତର ଏୟାରଷ୍ଟ୍ରାଇକ ପରେ ଭାରତ ଓ ପାକ୍‌ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହେଉଛି। ଧୀରେ ଧୀରେ ଏହା ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଲାଣି। ଏନେଇ ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କ୍ୟାବିନେଟ ସୁରକ୍ଷା କମିଟି ବୈଠକର ଅଧ୍ୟକ୍ଷତା କରିବେ।

ଏହି ବୈଠକରେ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବେ ପାକିସ୍ତାନରୁ ଆଣିବାକୁ ଆଲୋଚନା ହୋଇପାରେ। ଏହାବ୍ୟତୀତ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରୁଥିବାରୁ ତାକୁ କଡ଼ା ଜବାବ ଦେବାକୁ ଏହି ବୈଠକରେ ଆଲୋଚନା ହୋଇପାରେ।

ଗତ ଫେବ୍ରୁଆରି ୨୭ରେ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ପାକ୍‌ ଗରିଫ କରିଥିବା ଦାବି କରିଥିଲା। ପରେ ଏକ  ଭିଡ଼ିଓ ମଧ୍ୟ ସେୟାର କରିଥିଲା। ତେବେ ପାଇଲଟ ଅଭିନନ୍ଦନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଦେଶବାସୀ ଦାବି କରୁଛନ୍ତି।

Comment