ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ପାକ୍‌ ମଧ୍ୟରେ ଏବେ ଯେଉଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି, ସେ ସମ୍ପର୍କରେ ଟିକିନିକି ଅପଡେଟ୍‌।

ପାକିସ୍ତାନର ଘୋଷଣା – ଶୁକ୍ରବାର ଭାରତ ଫେରିବେ ଅଭିନନ୍ଦନ

ପାକିସ୍ତାନରେ ରହିଥିବା ଭାରତୀୟ ପାଇଲଟ ଅଭିନନ୍ଦନ ଶୁକ୍ରବାର ନିଜ ଦେଶକୁ ଫେରିବେ। ପାଇଲଟଙ୍କୁ ଆସନ୍ତା କାଲି ଛାଡ଼ିବା ନେଇ ଘୋଷଣା କରିଛନ୍ତି ପାକ୍‌ ପ୍ରଧାମନ୍ତ୍ରୀ ଇମ୍ରାନ ଖାନ।

ଚାଞ୍ଚଲ୍ୟକର: ପାକିସ୍ତାନୀ ପଥର ମାଡ଼ କରୁଥିଲେ, କିନ୍ତୁ ଅଭିନନ୍ଦନ ଗୁଳି ଚଳାଇନଥିଲେ

ବୁଧବାର ଦିନ ଭାରତୀୟ ବାୟୁ ସେନାର ଉଇଙ୍ଗ କମାଣ୍ଡର ଅଭିନନ୍ଦନ କିଭଳି ପାକିସ୍ତାନୀଙ୍କ ହାବୁଡ଼ରେ ପଡ଼ିଲେ ଓ କିଭଳି ସେ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ ତାର ଏକ ଚାଞ୍ଚଲ୍ୟକର ରିପୋର୍ଟ ଏବେ ଏବେ ଆସିଛି।

ପାଇଲଟଙ୍କୁ ଫେରାଇବା ପାଇଁ ସର୍ତ୍ତ ରଖିଲା ପାକ୍‌ 

ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଏହି ମଧ୍ୟରେ ପାକ୍‌ ଜଣେ ଭାରତୀୟ ପାଇଲଟଙ୍କୁ ଗିରଫ କରି ରଖିଛି। ଭାରତୀୟ ପାଇଲଟ ପାକ୍‌ରେ ରହିଥିବାରୁ ତାଙ୍କୁ ଫେରାଇ ଆଣିବାକୁ ଭାରତ ଚେଷ୍ଟା କରୁଛି। ଦେଶବାସୀ ମଧ୍ୟ ତାଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ମୁମ୍ବାଇରେ ହାଇ ଆଲର୍ଟ

ବାଲାକୋଟରେ ଜୈଶ-ଏ-ମହମ୍ମଦ ଶିବିର ଉପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏହାସହ ଭାରତୀୟ ପାଇଲଟ ଅଭିନନ୍ଦନ ପାକିସ୍ତାନ କବ୍‌ଜାରେ ମଧ୍ୟ ଅଛନ୍ତି। ଏହି ଭିତ୍ତିରେ ଆତଙ୍କୀ ଆକ୍ରମଣକୁ ନଜରରେ ରଖି ମୁମ୍ବାଇ ମେଟ୍ରୋରେ ହାଇ ଆଲର୍ଟ ଜାରି କରାଯାଇଛି। ମୁମ୍ବାଇ ମେଟ୍ରୋରେ ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି।

ବାରମ୍ବାର ମିଛ କହୁଛି ପାକ୍‌ – ସତ ବାହାର କଲା ଭାରତ

ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଖରାପ ହେଉଥିଲାବେଳେ ପାକିସ୍ତାନ କିନ୍ତୁ ଗୋଟିଏ ପରେ ଗୋଟିଏ ମିଛି କହିଚାଲିଛି। ଗୁରୁବାର ପାକ୍‌ର ଆଉ ଏକ ମିଛ ଧରାପଡ଼ିଛି। ବୁଧବାର ପାକିସ୍ତାନ ଦାବି କରୁଥିଲା ଯେ ଭାରତୀୟ ସେନା ତାଙ୍କର କୌଣସି ବିମାନ ନଷ୍ଟ କରିନାହାନ୍ତି। ପିଓକେରେ ଖସି ପଡ଼ଥିବା ଭଙ୍ଗା ବିମାନ ଭାରତର ମିଗ୍‌ ୨୧ ବୋଲି ପାକିସ୍ତାନ କହିଥିଲା।

ଭାରତ-ପାକ ଭିତରେ ବଢ଼ୁଛି କନ୍ଦଳ, ସନ୍ଧ୍ୟାରେ ବସିବ ଜୁରୁରୀ ବୈଠକ

ପିଓକେରେ ଭାରତର ଏୟାରଷ୍ଟ୍ରାଇକ ପରେ ଭାରତ ଓ ପାକ୍‌ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହେଉଛି। ଧୀରେ ଧୀରେ ଏହା ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଲାଣି। ଏନେଇ ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କ୍ୟାବିନେଟ ସୁରକ୍ଷା କମିଟି ବୈଠକର ଅଧ୍ୟକ୍ଷତା କରିବେ।

LEAVE A REPLY

Please enter your comment!
Please enter your name here