ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନିଆ ପୂର୍ବ ଲଦାଖ ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ସେନାର ସ୍ଥିତି ଓ ଚୀନ ସେନାର କାର୍ଯ୍ୟକଳାପ ସମ୍ପର୍କରେ ଆଜି ସରକାରଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେବେ ସେନାମୁଖ୍ୟ।

ଏହାଛଡ଼ା ୩ ସେନାରେ ଭାରତର ସ୍ଥିତିକୁ ନେଇ ସେ ବାୟୁସେନା ମୁଖ୍ୟ, ନୌସେନା ମୁଖ୍ୟ ଏବଂ ସିଡିଏସ୍‌ ମୁଖ୍ୟ ବିପିନ ରାୱତଙ୍କ ସହ ମଧ୍ୟ ଆଲୋଚନା କରିବେ।

ଗତ ଦୁଇ ଦିନ ଧରି ସେନା ମୁଖ୍ୟ ନରୱାନେ ପୂର୍ବ ଲଦାଖରେ ସ୍ଥିତିର ଆକଳନ କରୁଥିଲେ। ଏହା ବ୍ୟତୀତ ସେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ସହିତ ଏଲଏସିରେ ଥିବା ସମସ୍ତ ୬୫ ପଏଣ୍ଟରେ ପାଟ୍ରୋଲିଂ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଏଲଏସିରେ ଯେଉଁଠି ବି ଭାରତୀୟ ସେନାର ପ୍ରସ୍ତୁତି କମ୍‌ ରହିଛି ତା’କୁ ସୁଧାରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

Comment