ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲା  ବେଲପାହଡ଼ରେ ଏକ ଟ୍ରକ ସହିତ ପୋଲିସ ଭ୍ୟାନ ଦୁର୍ଘଟଣା ଘଟଣାରେ ସୋମବାର ଆଉ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି। ମୃତ ଯବାନ ଗଜପତି ଜିଲ୍ଲା ଓଏସ୍‌ଏପିର ବିପ୍ରବ ସାହୁ। ଘଟଣା ଦିନ ହିଁ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଇ ଯବାନ ଥିଲେ ପ୍ରଶାନ୍ତ ବେହେରା, ଶଙ୍କର ପ୍ରସାଦ ପନ୍ଥ।

ଦୁର୍ଘଟଣାରେ ୨୯ଜଣ ଯବାନ ଆହତ ହୋଇଥିଲାବେଳେ ୨୨ ଜଣ ଗୁରୁତର ଥିଲେ। ଅନ୍ୟ ଆହତମାନେ ବୁର୍ଲା ଓ ଭୁବନେଶ୍ୱରରେ  ଚିକିତ୍ସାଧୀନ ଅଛନ୍ତି।

ଭ୍ୟାନରେ ଥିବା ଯବାନ ଝାରସୁଗୁଡ଼ା ଓଏସ୍‌ଏପି ସେକେଣ୍ଡ ବାଟାଲିଅନର ଥିଲେ। ତେବେ ବନହରପାଲିରେ ମାର୍ଚ୍ଚ ୧ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସମସ୍ତ ଯବାନ ଯାଉଥିଲେ।

ଅନ୍ୟପକ୍ଷରେ ଯବାନଙ୍କ ଦୁର୍ଘଟଣା ଖବର ଶୁଣି ଦୁଃଖ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପରିବାର ଜଣକୁ ଚାକିରି ଦେବାକୁ ମଧ୍ୟ ଘୋଷଣା କରିଥିଲେ।

Comment