ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାଶିବରାତ୍ରୀ । ପ୍ରତିଟି ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼। ଶିବଙ୍କ ପ୍ରିୟ ବେଲପତ୍ର, ଦୁଦୁରା ଫୁଲ, କ୍ଷୀର, ଆଦି ନେଇ ସମସ୍ତେ ମହାଦେବଙ୍କ ପାଖକୁ ଯାଉଛନ୍ତି। ନିଜ ମନସ୍କାମନା ପୂରଣ ଲାଗି।

ଶିବରାତ୍ରୀ ଦିନ ଅନେକ ପୂଜାବିଧି ରହିଥାଏ। କିନ୍ତୁ ଏମିତି କିଛି କାମ ଅଛି ଯଦି ଶିବରାତ୍ରୀ ଦିନ କରାଯାଏ ତେବେ ଏହାର ଫଳ ଓଲଟା ହୋଇଥାଏ। ଆସନ୍ତୁ ଜାଣିବା ସେହି ସବୁ କଣ

ମହାଶିବରାତ୍ରୀ ଦିନ ସକାଳୁ ଉଠିବା ଦରକାର। କୁହାଯାଏ ଏହିଦିନ ଯିଏ ବିଳମ୍ବତ ସମୟ ଯାଏଁ ଶୋଇଥାଏ ସେମାନଙ୍କ ଉପରେ ମହାଦେବ ଖୁସି ହୋଇନଥାନ୍ତି। ଏହା ସହିତ ଏହିଦିନ ଗାଧୋଇବା ଆଗରୁ କିଛି ଖାଇବା ଠିକ୍‌ ନୁହଁ।

ଶିବରାତ୍ରୀ ଦିନ କଳାରଙ୍ଗର ପୋଷାକ ପିନ୍ଧିବା ଶୁଭ ହୋଇନଥାଏ। ଏଥିପାଇଁ ଏହିଦିନ କଳା ଲୁଗା ପିନ୍ଧିବା ଠିକ୍‌ ନୁହଁ।

ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଚମ୍ପା ଓ କେତକୀ ଫୁଲ ଦେଇ ପୂଜା ନକରିବା ଉଚିତ।

ଭଗବାନ ଶିବଙ୍କୁ କେବେ ବି ଭାଙ୍ଗିଯାଇଥିବା ଚାଉଳରେ ପୂଜା କରନ୍ତୁ ନାହୁଁ। କାରଣ ଗୋଟା ଚାଉଳ ସବୁବେଳେ ପୂର୍ଣ୍ଣତାର ପ୍ରତୀକ ହୋଇଥାଏ। ତେଣୁ ଯେତେବେଳେ ପୂଜା କରୁଛନ୍ତି ସେତେବେ ଗୋଟା ଚାଉଳ ହିଁ ଶିବଙ୍କ ଉପରେ ଲାଗି କରନ୍ତୁ।

ମହାଦେବଙ୍କ ଅଭିଷେକ ସବୁବେଳେ ସୁନା,ରୁପା ଓ କଂସା ପାତ୍ରରେ କରିବା ଉଚିତ। ଅଭିଷେକ କେବେ ବି ପ୍ଲାଷ୍ଟିକ କିମ୍ବା ଷ୍ଟିଲ ପାତ୍ରରେ କରିବା ଠିକ୍‌ ନୁହଁ।

ଏମିତିରେ କୁହାଯାଇଥାଏ କି ମହାଦେବଙ୍କ ପୂଜାଅର୍ଚ୍ଚନା କୌଣସି ଫଳ ଦେଇ କରାଯାଇପାରିବ। ମାତ୍ର ବେଲ ଫଳ ଦେଇ ପୂଜା କଲେ ଅଧିକ ଶୁଭଫଳ ମିଳିଥାଏ ବୋଲି କୁହାଯାଇଥାଏ।

ଅନେକ ସ୍ଥାନରେ କୁହାଯାଇଥାଏ କିଛି ଶିବଲିଙ୍ଗରେ ଚଢ଼ାଯାଇଥିବା ପ୍ରସାଦକୁ ଖାଇଲେ ଜୀବନରେ ଦୁର୍ଭାଗ୍ୟ ଆସିଥାଏ। ତେଣୁ ପ୍ରସାଦ ଖାଅ କିନ୍ତୁ ଶିବଲିଙ୍ଗ ଉପରେ ଲାଗିହୋଇଥିବା ପ୍ରସାଦ ଖାଆନ୍ତୁ ନାହିଁ।

ଏହିଦିନ ଚାଉଳ କିମ୍ବା ଗହମରୁ ତିଆରି କିଛି ବି ଖାଦ୍ୟ ଖାଇବା ଉଚିତ ନୁହଁ। କିନ୍ତୁ ଫଳ, ଚା, କଫି ଖାଇ ପାରିବେ। ଏମିତି ବିଶ୍ୱାସ ରହିଛି।

ମହାଦେବଙ୍କ ଉପରେ ତୁଳସୀ ଚଢାନ୍ତୁ ନାହିଁ। ଏପରିକି ପ୍ୟାକେଟ କ୍ଷୀର ବି ଚଢ଼ାଇବା ଠିକ୍‌ ନୁହଁ। ମହାଦେବଙ୍କ ଉପରେ ଥଣ୍ଡା କ୍ଷୀର ଚଢ଼ାଇବା ଭଲ ବୋଲି କୁହାଯାଇଥାଏ।

ମହାଶିବରାତ୍ରୀ ଦିନ ରାତି ଉଜାଗର ରହି ମହାଦେବଙ୍କ ସାମ୍ନାରେ ଦୀପ ଜାଳିଲେ ଅନେକ ପୂଣ୍ୟ ମିଳିଥାଏ ବୋଲି କୁହାଯାଇଥାଏ।

ଏସବୁ ବିଧିବିଧାନ ମାନିବାଠୁ ଭକ୍ତି ରହିବା ଅଧିକ ଆବଶ୍ୟକ କାରଣ ଭକ୍ତି ସହ ମହାଦେବଙ୍କୁ ପୂଜା କଲେ ଭଗବାନ ଅଧିକ ଖୁସି ହୋଇଥାନ୍ତି।

Comment