ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅବସରରେ ଦଳରେ ସାମିଲ ହେବେ ପଟିଦାର ନେତା ହାର୍ଦ୍ଦିକ ପଟେଲ।

ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳଗୁଡ଼ିକ ନିଜ ରଣନୀତି ଅନୁସାରେ କାମ କରିବା ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରେ ମଙ୍ଗଳବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରୁଛି।

ଏହି ଅବସରରେ ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଗତ କିଛି ଦିନ ହେବ ହାର୍ଦ୍ଦିକଙ୍କୁ ନେଇ ଚର୍ଚ୍ଚା ହେଉଥିଲାବେଳେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ ସାମିଲ ହେବେ। ଦଳରେ ସାମିଲ ହେବା ସହିତ ସେ ନିର୍ବାଚନ ମଧ୍ୟ ଲଢ଼ି ପାରନ୍ତି। ସେ ଗୁଜୁରାଟର ଜାମନଗରରୁ ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳୁଛି।

ପଟିଦାର ସଂରକ୍ଷଣ ଆନ୍ଦୋଳନ ପାଇଁ ହାର୍ଦ୍ଦିକ ପଟେଲ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି।

Comment