ଓଡ଼ିଶାଲଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବାଜିଛି ବିଗୁଲ୍‌। ଏହାପରେ ନିର୍ବାଚନୀ ବୈତରଣୀ ପାର ହେବା ଲାଗି ସବୁଠି ସମସ୍ତ ରାଜନୈତିକ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି।

ନିକଟରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସ ସକ୍ରିୟ ରାଜନୀତିକୁ ଆଣିବା ସହ ଉତ୍ତରପ୍ରଦେଶର ମହାସଚିବର ଦାୟିତ୍ୱ  ଦେଇଛି।

ନିକଟରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ଯେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିବେ ନାହିଁ, ଏପରିକି କୌଣସି ନିର୍ବାଚନ ପ୍ରଚାରରେ ସେ ସାମିଲ ହେବେନାହିଁ ବୋଲି ମଧ୍ୟ କୁହାଯାଉଛି।

ଉତ୍ତରପ୍ରଦେଶର ଆମେଥି ଓ ରାୟବରେଲି ଲୋକସଭା ଆସନ ସବୁବେଳେ ଗାନ୍ଧି ପରିବାର କବ୍‌ଜାରେ ରହି ଆସିଛି। ଇନ୍ଦିରା ଓ ରାଜୀବ ଗାନ୍ଧିଙ୍କ ପରେ ଏହି ଦୁଇ ଆସନରୁ ସୋନିଆ ଓ ରାହୁଲ ଗାନ୍ଧି ନିର୍ବାଚିତ ହୋଇ ଆସୁଛନ୍ତି।

କୁହାଯାଉଛି ଉତ୍ତରପ୍ରଦେଶର ଆମେଥି ଓ ରାୟବରେଲି ଲୋକସଭା ଆସନରୁ ରାହୁଲ ଓ ସୋନିଆ ନିର୍ବାଚନ ଲଢୁଥିବାରୁ ପ୍ରିୟଙ୍କା ନିର୍ବାଚନ ଲଢ଼ିବେ ନାହିଁ। ଏ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସର ତରଫରୁ ଅଫିସିଆଲି କିଛି କୁହାଯାଇନାହିଁ।

Comment