ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏପ୍ରିଲ ୨୦ରେ ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତା ଶରଦ ମଲହୋତ୍ରା।

ଟିଭି ଜଗତର ଲୋକପ୍ରିୟ ଅଭିନେତା ଶରଦ ମଲହୋତ୍ରା ଏପ୍ରିଲରେ ବିବାହ କରିବେ। ନିକଟରେ ଏକ ସାକ୍ଷାତକାରରେ ନିଜେ ଶରଦ ତାଙ୍କ ଗାର୍ଲଫ୍ରେଣ୍ଡ ରେପ୍ସିଙ୍କ ବିଷୟରେ ଖୁଲାସା କରିଥଲେ।

ଏବେ ସେ ଏପ୍ରିଲ ୨୦ରେ ବିବାହ କରୁଥିବା କବର ସାମ୍ନାକୁ ଆସିଛି। ଶରଦଙ୍କ ବିବାହ ସମାରୋହ ଏପ୍ରିଲ ୧୯ରୁ ଆରମ୍ଭ ୨୧ ପର୍ଯ୍ୟନ୍ତ ତିନି ଦିନ ପର୍ଯ୍ୟନ୍ତ ଚାଲିବ।

ଏହି ଖବର ଶରଦଙ୍କ ଫ୍ୟାନଙ୍କ ପାଇଁ ନିଶ୍ଚୟ ଏକ ଖୁସି ଖବର। ଶରଦ ବିବାହ କରୁଥିବା ରେପ୍ସି ହେଲେ ଜଣେ ଡିଜାଇନର। ସେ ଦିଲ୍ଲୀରେ ରହୁନ୍ତି।

ପୂର୍ବରୁ ଅଭିନେତା ଶରଦଙ୍କର ଅଭିନେତ୍ରୀ ଦିବ୍ୟାଙ୍କା ସହିତ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା। ହେଲେ ଏହି ଖୁଲାସା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ।

ତେବେ ଶରଦଙ୍କୁ ଶେଷଥର ପାଇଁ କଲର୍ସ ଟିଭିରେ ପ୍ରସାରିତ ସିରିଏଲ ‘କସମ ତେରେ ପ୍ୟାର କୀ’ ଦେଖିବାକୁ ମିଳିଥିଲା। ଏହି ସିରିଏଲରେ ସେ ରିଷି ଭୂମିକାରେ ଅଭିନୟ କରିଥିଲେ।

Comment