ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ସମସ୍ତେ ଅସରପାକୁ ଦେଖିଲେ ଭୟ କରିଥାନ୍ତି। ବିଶେଷକରି ମହିଳା ଓ ଯୁବତୀମାନେ ଏହାକୁ ବେଶି ଭୟ କରିଥାନ୍ତି। କିନ୍ତୁ ଚୀନରେ ରହୁଥିବା ଲୋକେ ଏହାକୁ ବେଶି ପସନ୍ଦ କରିଥାନ୍ତି।

ଚାଇନାରେ ଲୋକପ୍ରିୟ ପାନୀୟ ଭାବେ ଅସରପା ସର୍ବତର ବେଶ୍ ଚାହିଦା ରହିଛି ଚାଇନାରେ। ଏହି ସର୍ବତ ବଦହଜମି, ବାନ୍ତି,  ଅଲସର, ଶ୍ୱାସରୋଗ ପାଇଁ ହିତରକ ବୋଲି ଚାଇନାବାସୀ ବିଶ୍ୱାସ କରନ୍ତି। ସେଥିପାଇଁ ଏଠାରେ ବୈଜ୍ଞାନିକ ପଦ୍ଧତିରେ ଅସରପା ଚାଷ କରାଯାଇଥାଏ। ଅନ୍ଧାରିଆ ଘରେ ଅସରପା ଚାଷ କରାଯାଇଥାଏ। ଏଠାରେ ଅସରପା ଚାଷକୁ ଏକ ଲାଭଜନକ ବ୍ୟବସାୟ ଭାବେ ପରିଗଣିତ କରାଯାଇଥାଏ। ଚୀନର ଏକ ଔଷଧ କମ୍ପାନୀ ୬୦୦ କୋଟି ଅସରପାକୁ ଲାଳନପାଳନ କରୁଛନ୍ତି।

Comment