ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅବକାରୀ ଅଧିକାରୀ ଡମ୍ବୁରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪୩ ଲିଟର ବେଆଇନ ଦେଶୀ ରନ୍ଧା ମଦ ଜବତ କରାଯାଇଛି। କୋଷଗୁମୁଡ଼ା ବ୍ଲକ ଟେମରା ଗାଁର ଖଗପତି ଭାତରାଙ୍କଠାରୁ ୧୮ ଲିଟର, ନିଲାମ୍ବର କେଉଟଙ୍କଠାରୁ ୨୦ଲିଟର ପାପଡ଼ାହାଣ୍ଡି ବ୍ଲକ ମୋଇଦଲପୁର ଗାଁର କେତକୀ ମାଝିଙ୍କଠାରୁ ୫ଲିଟର ମଦ ଜବତ କରାଯାଇଛି। ଏହି ଘଟଣାରେ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏହି ଚଢ଼ାଉରେ ନବରଙ୍ଗପୁର ଇନ୍ସପେକ୍ଟର ବିପ୍ରମଣ୍ଡଳ, ପାପଡ଼ାହାଣ୍ଡି ଏଏସଆଇ ହେମନ୍ତ ମହନନ୍ଦିଆ, ଏଏସଆଇ ଜଗବନ୍ଧୁ ଜନୀ, ପ୍ରତ୍ୟୁଷ କସ୍ୟପ, ମହେନ୍ଦ୍ର ଭତ୍ରା, ଉମେଶ ହରିଜନ ଓ ରମେଶ ସୁନା ପ୍ରମୁଖ ସାମିଲ ହୋଇଥିଲେ।

ସେହିଭଳି ନବରଙ୍ଗପୁର ପୋଲିସ ନନ୍ଦହାଣ୍ଡି ବ୍ଲକ ଡଙ୍ଗରଭେଜା ଗାଁର ସୁରେଶ ନାଗଙ୍କ ଘରେ ଚଢ଼ାଉ କରି ୪୦ଲିଟର ଦେଶୀ ମଦ ଜବତ କରିଛି। ସେହିପରି ନବରଙ୍ଗପୁର ପୋଲିସ ଉଲ୍ଲାସ ନାୟକଙ୍କଠାରୁ ୩୫ଲିଟର ବିଭିନ୍ନ କମ୍ପାନିର ବିଦେଶୀ ମଦ ଜବତ କରିଛନ୍ତି।

ଈଶ୍ୱର ଜାନୀ ୩୮ ଲିଟର ବିଦେଶୀ ମଦ ନେଇ ଯାଉଥିବାବେଳେ ପୋଲିସ ଚଢ଼ାଉ କରି ସେ ସବୁ ମଦକୁ ଜବତ କରିଥିଲା। ଏହି ଚଢ଼ାଉ ସମୟରେ ନବରଙ୍ଗପୁର ଡିଏସପି ତଥା ନନରଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ହିମାଂଶୁ ବେହେରା, ଏଏସଆଇ ଅଶୋକ କୁମାର ପାଳ, ଅଶୋକ କୁମାର ଦେଓ, ସୁଚିସ୍ମିତା ଜୟସିଂ, ସସ୍ମିତା ପୂଜାରୀ , ଏଏସଆଇ ଦେବଦତ୍ତ ମଲ୍ଲିକ ସମେତ ଆଇଆରବି କନେଷ୍ଟବଳ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

Comment