ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି। ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ସବୁ ରାଜନୈତିକ ଦଳ ଘନ ଘନ ଓଡ଼ିଶା ଆସୁଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଘନ ଘନ ଓଡ଼ିଶା ଆସିଲେଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆଜି ବରଗଡ଼ ନିକଟସ୍ଥ ସରସରା ଗାଁରେ ଆୟୋଜିତ ଏକ ସାଧାରଣ ସମାବେଶରେ ଉଦ୍‌ବୋଧନ ଦେବେ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ।

ରାହୁଲ ସ୍ୱତନ୍ତ୍ର ବିମାନ ଯୋଗେ ରାୟପୁର ପହଞ୍ଚିବେ। ଏହାପରେ ବରଗଡ଼ରେ ଆୟୋଜତି ସଭାରେ ଉଦ୍‌ବୋଧନ ଦେବେ। ଏହାପରେ ସେ ଦିଲ୍ଲୀ ଫେରିଯିବେ। ଏନେଇ ବରଗଡ଼ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଏହା ପୂର୍ବରୁ ରାହୁଲ ଭବାନୀ ପଟଣା, ରାଉରକେଲା ଓ ଜୟପୁର ସମାବେଶରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Comment