ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସର ସ୍କ୍ରିନିଂ କମିଟି ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପରେ ଏଆଇସିସି ଅନୁମୋଦନ ପାଇଁ ପଠାଯିବ।

ଆଉ କେଇଟା ଦିନ ପରେ ସାଧାରଣ ନିର୍ବାଚନ। ନିର୍ବାଚନ ତାରିଖ ଘୋଷଣା ପରେ ପାର୍ଟି ଅଫିସ୍‌ରେ ଟିକେଟ ଆଶାୟୀଙ୍କ ଭିଡ଼।

ଏହି ମଧ୍ୟରେ ଜାତୀୟ ରାଜନୈତିକ ଦଳ କଂଗ୍ରେସ ନୂଆଦିଲ୍ଲୀରେ ପୁଣିଥରେ ସ୍କ୍ରିନିଂ କମିଟି ବୈଠକ କରିଛି। ସ୍କ୍ରିନିଂ କମିଟି ମୁଖ୍ୟ ସାଥିସାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି। ଏହି ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପରେ ଏଆଇସିସି ଅନୁମୋଦନ ପାଇଁ ପଠାଯିବ।

Comment