ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସର  “ଚୌକିଦାର ଚୋର ହୈ” ଜବାବରେ “ମୁଁ ବି ଚୌକିଦାର” ନାରା ଆରମ୍ଭ କରିଛି ବିଜେପି।

ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ପାଇଁ ନୂଆ ଉପାୟ ଆପଣେଇ ନେଇଛି। ନିର୍ବାଚନ ପ୍ରଚାର ପ୍ରାସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ନୂଆ ନାରା ‘ମୁଁ ବି ଚୌକିଦାର’ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜ ଟୁଇଟର ପେଜ୍‌ରେ ଏକ ଭିଡିଓ ସେୟାର କରି ମୁଁ ଚୌକିଦାର ଅଭିଯାନର ଆରମ୍ଭ କରିଛନ୍ତି। ୩ ମିନିଟ ୪୦ ସେକେଣ୍ଡର ଏହି ଭିଡିଓରେ କେନ୍ଦ୍ର ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ଦର୍ଶାଯାଇଛି।

“ଆପଣଙ୍କ ଚୌକିଦାର ଆପଣଙ୍କ ସେବାରେ ଅଛି। ଦେଶର ସେବା କରୁଛି। କିନ୍ତୁ ମୁଁ ଏକା ନୁହେଁ। ଦେଶର ପ୍ରତିଟି ନାଗରିକ ଯିଏ ଭ୍ରଷ୍ଟାଚାର, ସାମଜିକ ଅନ୍ୟାୟ ବିରୋଧରେ ଲଢ଼େଇ କରୁଛନ୍ତି ସେମାନେ ସମସ୍ତେ ଜଣେ ଜଣେ ଚୌକିଦାର”, ଟୁଇଟ କରି ମୋଦି ଏହା କହିଛନ୍ତି।

ତେବେ ମୋଦିଙ୍କ ଏହି ଅଭିଯାନ କଂଗ୍ରେସକୁ କଡ଼ା ଜବାବ ଦେଇଛି ବୋଲି ଚର୍ଚ୍ଚା ହେଉଛି। କାରଣ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସବୁଠି ରାଫେଲ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରି ଚୌକିଦାର ଚୋର ବୋଲି କହିଥାନ୍ତି।

Comment