ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଯେବେଠୁ ନିର୍ବାଚନ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇଛି ତା ପରଦିନ ଅର୍ଥାତ ଗତ ସୋମବାରଠାରୁ ନବୀନ ନିବାସରେ ନେତା କର୍ମୀଙ୍କ ଗହଳି ଲାଗି ରହୁଛି।

ରବିବାର ମଧ୍ୟ ଅନେକ ହେବିୱେଟ ନେତାଙ୍କୁ ଦେଖିବାକୁ ମିଳିଥିଲା ନବୀନ ନିବାସରେ।

ବରିଷ୍ଠ ନେତା ସେମାନଙ୍କର ସମର୍ଥକଙ୍କ ସହ ସୁପ୍ରିମୋଙ୍କ ବାସଭବନରେ ପହଞ୍ଚିଛନ୍ତି। ବିଶେଷକରି ପଷ୍ଚିମ ଓଡ଼ିଶାର ଅନେକ ବରିଷ୍ଠ ନେତା ଆସି ପହଞ୍ଚିଛନ୍ତି।

ସୁଶାନ୍ତ ସିଂ, ନବ ଦାସ ଅନଙ୍ଗ ଉଦୟ, ରୀତା ଦାସ ପ୍ରମୁଖ ଆସି ପହଞ୍ଚିଛନ୍ତି ନବୀନ ନିବାସରେ।

ରବିବାର ନବୀନ ନିବାସରେ ପହଞ୍ଚିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଏବେ ସବୁଠି ନିର୍ବାଚନୀ ମଳୟ ବହୁଥିବା ବେଳେ ହଠାତ୍‌ କୋଶଳୀ କବି ହଳଧର ନାଗ ନବୀନ ନିବାସରେ ପହଞ୍ଚିବା ପରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment