ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଚିନ୍ତା ଓ ଚେତନା’ ଆନୁକୁଲ୍ୟରେ ଚିତ୍ରଶିଳ୍ପୀ ସ୍ମିତା ଦାସଙ୍କର ଏକ ଚିତ୍ରକଳା ପ୍ରଦର୍ଶନୀ ସ୍ମିତା ଏକ୍ସପ୍ରେସନ ଆରମ୍ଭ ହୋଇଛି।

ଭୁବନେଶ୍ୱରସ୍ଥିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଚିନ୍ତା ଓ ଚେତନା’ ଆନୁକୁଲ୍ୟରେ ଚିତ୍ରଶିଳ୍ପୀ ସ୍ମିତା ଦାସଙ୍କର ଏକ ଚିତ୍ରକଳା ପ୍ରଦର୍ଶନୀ ମାର୍ଚ୍ଚ ୧୮ରୁ ଆରମ୍ଭ ହୋଇଛି। ଏହି ଚିତ୍ରକଳା ପ୍ରଦର୍ଶନୀ କାର୍ଯ୍ୟକ୍ରମର ଶୀର୍ଷକ ରହିଛି ‘ସ୍ମିତା ଏକ୍ସପ୍ରେସନ’।

ଓଡ଼ିଶା ଲଳିତକଳା ଏକାଡେମୀ ଓ ଓଡ଼ିଶାଲାଇଭ୍‌ ଡିଜିଟାଲ ମିଡିଆର ମିଳିତ ସହଯୋଗରେ ଏହି ପ୍ରଦର୍ଶନୀ ମାର୍ଚ୍ଚ ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି।

“ପ୍ରଭୁ ଜଗନ୍ନାଥଙ୍କୁ ଧ୍ୟାନରେ ରଖି କୌଣସି ବି ପେଣ୍ଟିଂ କରାଗଲେ ତାହା କେବଳ ପେଣ୍ଟିଂ ନୁହେଁ ବରଂ ଜୀବନ୍ତ ପେଣ୍ଟିଂରେ ପରିଣତ ହେବ। ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି ଏ ଦିଗରେ ଏଭଳି ପ୍ରୟାସ ଆଗକୁ ଆହୁରି ଜାରି ରହୁ”, କହିଛନ୍ତି ରାଜ୍ୟପାଳ।

ଏହି ଚିତ୍ରକଳା ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଚିନ୍ତା ଓ ଚେତନାର ସେକ୍ରେଟାରୀ ସୁରେନ୍ଦ୍ର ଦାସ, ଲୋକସଭା ସାଂସଦ ତଥାଗତ ଶତପଥୀ ଉପସ୍ଥିତ ରହିଥିଲେ।

ଅନ୍ୟମାନଙ୍କ ଭିତରେ କଣ୍ଠଶିଳ୍ପୀ ସୁବାଷ ଦାସ, ସହଦେବ ସାହୁ ଆଦି ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ଏହି ପ୍ରଦର୍ଶନୀ ସମ୍ପର୍କରେ ସାଂସଦ ତଥାଗତ ଶତପଥୀ କହିଛନ୍ତି, କଳାକୁ ପ୍ରତ୍ସୋହନ ଦେବାପାଇଁ ଯେଉଁ ଚେଷ୍ଟା କରାଯାଇଛି ତାହା ନିହାତି ପ୍ରଂଶସା ଯୋଗ୍ୟ।

“ପେଣ୍ଟିଂକୁ ଜୀବନ୍ତ କରିବା ମୋର ଲକ୍ଷ୍ୟ। ପେଣ୍ଟିଂ ଜରିଆରେ ପଶୁ, ପକ୍ଷୀ, ବୃକ୍ଷ ସବୁଥରେ ଏକ୍ସପ୍ରେସନ ଆଣିବାକୁ ଚେଷ୍ଟା କରାଯାଇଥିବାରୁ ଏହି ଚିତ୍ରକଳା ପ୍ରଦର୍ଶନୀର ନାମ ସ୍ମିତା ଏକ୍ସପ୍ରେସନ ରଖାଯାଇଛି”, କହିଛନ୍ତି ସ୍ମିତା ଏକ୍ସପ୍ରେସନର ଚିତ୍ରଶିଳ୍ପୀ ସ୍ମିତା ଦାସ।

ଏହି ପ୍ରଦର୍ଶନୀରେ ସ୍ମିତାଙ୍କର ନିଜସ୍ୱ ପେଣ୍ଟିଂରୁ ୨୪ ଟି ଚିତ୍ରକୁ ଦର୍ଶଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ସ୍ମିତା ଚିତ୍ରକଳା କୌଣସି ଅନୁଷ୍ଠାନରୁ ଶିକ୍ଷା ନକରି ମଧ୍ୟ ଜଣେ ସଫଳ ଚିତ୍ରଶିଳ୍ପୀଭାବେ ପରିଚୟ ସୃଷ୍ଟି କରିଛନ୍ତି।

Comment