ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ “ପିଏମ୍‌ ନରେନ୍ଦ୍ର ମୋଦି”କୁ ନେଇ ବିବାଦ ଜୋର ଧରିଛି। ରିପୋର୍ଟ ଅନୁସାରେ ଫିଲ୍ମ ନିର୍ମାତାଙ୍କୁ ନିର୍ବାଚନ ଆୟୋଗ ନୋଟିସ୍‌ ପଠାଇଛନ୍ତି। ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି।

ବିରୋଧୀ ଦଳ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ଫିଲ୍ମକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ନିର୍ବାଚନ ଠିକ ପୂର୍ବରୁ ଏପ୍ରିଲ ୫ରେ ଫିଲ୍ମ ରିଲିଜ ହେଉଥିବାରୁ ଏହା ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ ଏବଂ ନିର୍ବାଚନ ପର୍ଯ୍ୟନ୍ତ ଫିଲ୍ମ ରିଲିଜ ହେବା ଉପରେ ବ୍ୟାନ ଲଗାଇବାକୁ କହିଥିଲେ।

ବିରୋଧୀଙ୍କ ଅଭିଯୋଗ କ୍ରମେ ନିର୍ବାଚନ ଆୟୋଗ ଫିଲ୍ମ ନିର୍ମାତାଙ୍କୁ ନିର୍ବାଚନ ଆୟୋଗ ନୋଟିସ୍‌ ପଠାଇଛନ୍ତି।

Comment