ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନରେ କୌଣସି ଭୋଟର ମତଦାନରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ହେବ। ମୁକ୍ତ ଓ ଅବାଧ, ନିରପେକ୍ଷ ତଥା କୌଣସି ଚାପ ଓ ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ଭୋଟର ସଚେତନତା କାର୍ଯ୍ୟକ୍ରମ ହେବ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ମତଦାନ ସମ୍ପର୍କିୟ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏପ୍ରିଲ ୪ ପର୍ଯ୍ୟନ୍ତ ପାରମ୍ପରିକ ଲୋକକଳା, ପାଲା, ଦାସକାଠିଆ ଇତ୍ୟାଦି ମାଧ୍ୟମରେ ଭୋଟରଙ୍କୁ ମତଦାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ସଚେତନ ଜାରି ରହିଛି।

ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ତଥା ମହାବିଦ୍ୟାଳୟ ସ୍ଥରରେ ଯୁବ ଭୋଟରଙ୍କୁ ମତଦାନ ପ୍ରକ୍ରିୟାରେ ସାମିଲ କରିବାପାଇଁ ୧୨୦ଗୋଟି ଇଲେକ୍ଟରଲ ଲିଟେରେସୀ କ୍ଲବ ଗଠନ କରାଯାଇଛି। ସେହିଭଳି ଜିଲ୍ଲାର ୯୮୩ ଗୋଟି ନିର୍ବାଚନୀ ବୁଥ ଗଠନ କରାଯାଇଛି। ସମସ୍ତ ବ୍ଲକ, ଜିଲ୍ଲା ସଦର ମହକୁମାରେ ଭୋଟର ସଚେତନତା ସମନ୍ଧିତ ବ୍ୟାନର, ପୋଷ୍ଟର ଓ ହୋଡିଂ ଲଗାଇବାପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅଜିତ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଣାକ।ର ଠାକୁରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଇତି ମଧ୍ୟରେ ଇଭିଏମ ଓ ଭିଭିପାଟ ବ୍ୟବହାର ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ସମସ୍ତ ବୁଥ ସ୍ତରରେ କରାଯାଇଛି ବୋଲି ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

Comment