ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗିର ପୁଇଁତଳା ବିଡିଓଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ। ବିଡିଓଙ୍କ ନାମ ହେଉଛି ସରୋଜ କୁମାର ମିଶ୍ର।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପାଖାପାଖି ୪ରୁ ସାଢ଼େ ୪ଟା ବେଳେ ବିଡିଓ ଅଫିସରେ କାର୍ଯ୍ୟରତ ଥିବା ବେଳେ ୧୦ରୁ ୧୨ ଜଣ ଅଫିସ୍‌ ଭିତରେ ପସି ବିଡିଓ ଜଣଙ୍କ ପାଟି ବନ୍ଦ କରି ଜବରଦସ୍ତି ବାହାରକୁ ନେଇ କାର୍‌ରେ ବସାଇ ନେଇଯାଇଥିଲେ।

ଏହାପରେ ଅଫିସ୍‌ର କର୍ମଚାରୀ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଫିସର ସିସିଟିଭି ଯାଞ୍ଚ କରିବା ସହ ଅଧିକ ଛାନଭିନ୍‌ ଜାରି ରଖିଛି।

Comment