ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜିଠାରୁ ବିମାନ ଉଡ଼ିବ। ଏନେଇ ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସ୍ପାଇସ୍‌ ଜେଟ ଦ୍ଵାରା ବିମାନ ଉଡ଼ାଣର ଶୁଭଆରମ୍ଭ ହେବା। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ତିନୋଟି ସହର ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବିମାନ ଉଡିବ।

ରବିବାର ଏକ ବିମାନ ୩ଟା ୪୦ରେ  ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀକୁ ଉଡ଼ାଣ ଭରିବ। ସ୍ପାଇସ୍ ଜେଟ୍‌ର କ୍ୟୁ-୪୦୦ ମଡେଲର ଦୁଇଟି ବିମାନ ହାଇଦ୍ରାବାଦ୍ ଓ କୋଲକାତାକୁ ଉଡାଣ ଭରିବ।

ଆସନ୍ତା ମାର୍ଚ୍ଚ ୩୧ତାରିଖରୁ ଝାରସୁଗୁଡାରୁ ନିୟମିତ ବିମାନ ଉଡାଣ ଉଡିବ। ଝାରସୁଗୁଡାରୁ ଦେଶର 3ଟି ସ୍ଥାନ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ସ୍ପାଇସ ଜେଟର ବିମାନ ଉଡିବ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ.ଚୌହ୍ୱାନ ସୂଚନା ଦେଇଥିଲେ ।

୨୦୧୮ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନବନ୍ଦରର ଲୋକାର୍ପଣ କରିଥିଲେ।

Comment