ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସରୁ ଇସ୍ତଫା ଦେଇଥିବା ଜଗତସିଂହପୁରର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ପାର୍ଟି ଅଫିସରେ ଆୟୋଜିତ ମିଶ୍ରଣ ପର୍ବରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଭୁ ପଦ୍ମ ଧରିଛନ୍ତି।

ବିଭୁଙ୍କୁ କଂଗ୍ରେସ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଟିକେଟ ଦେଇଥିଲା। ଟିକେଟ ଘୋଷଣା ହେବା ପରେ ସେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଥିଲେ।

୨୦୦୯ରେ ବିଭୁ ସିପିଆଇ(ଏମ୍) ଟିକେଟରେ ଜଗତସିଂହପୁରର ସାଂସଦ ରହିଥିଲେ। ଏଥର ବି ସେ ସାଂସଦ ପ୍ରାର୍ଥୀ ହେବା ପାଇଁ ଚାହୁଁଥିଲେ। କିନ୍ତୁ କଂଗ୍ରେସ ତାଙ୍କୁ ବିଧାନସଭା ଟିକେଟ ଦେଇଥିଲା।

Comment