ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ହରଡ଼ଘଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ। ଗୋଟେ ପଟେ ଦଳର ପ୍ରମୁଖ ନେତା କଂଗ୍ରେସରୁ ଇସ୍ତଫା ଦେଉଥିବାବେଳେ କିଛଇ ନେତା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି। ତେବେ ଗୁରୁବାର ଅନ୍ତିମ ପର୍ଯ୍ୟାୟରେ କଂଗ୍ରେସ ୩ଟି ସ୍ଥାନରୁ ତା’ର ପ୍ରାର୍ଥୀ ବଳଦାଇଛି। ଗୋଟିଏ ଲୋକସଭା ଆସନ ସହିତ ୨ଟି ବିଧାନସଭା ପାଇଁ ପ୍ରାର୍ଥୀ ବଦଳାଇଛି କଂଗ୍ରେସ।

କେନ୍ଦୁଝର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ଦଳ କେନ୍ଦୁଝର ଆସନରୁ ଫକୀର ନାୟକଙ୍କ ବଦଳରେ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଛି। ଏହା ପୂର୍ବରୁ ମୋହନଙ୍କୁ ତେଲକୋଇ ବିଧାନସଭା ପାଇଁ କଂଗ୍ରେସ ଟିକେଟ୍‌ ଦେଇଥିଲା। ଶେଷ ମୁହୂର୍ତ୍ତରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ବର୍ତ୍ତମାନ ତେଲକୋଇ ବିଧାନସଭା ଆସନରେ କଂଗ୍ରେସ ପ୍ରଶାନ୍ତ ଦଳେଇଙ୍କୁ ପ୍ରାର୍ଥୀ କରିଛି।

ସେହିପରି ପାଟଣା ବିଧାନସଭା ଆସନ ପାଇଁ ମଧ୍ୟ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। କଂଗ୍ରେସ ପାଟଣା ଆସନରୁ ଗୋପେଶ୍ୱର ନାୟକଙ୍କ ବଦଳରେ ବିନୋଦ ନାୟକଙ୍କୁ ପ୍ରାର୍ଥୀ କରିଛି। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ବର୍ତ୍ତମାନ କଂଗ୍ରେସ ଦଳ ତରବରିଆ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବୁଧବାର ପିପିଲି ଆସନରୁ ବିଳମ୍ବରେ ଟିକେଟ ପାଇଥିବା ବିଧାୟକ ଯୁଧିଷ୍ଠିର ସାମାନ୍ତରାୟ ଲଢ଼ିବାକୁ ମନା କରିଦେଇଥିଲେ। ଅନ୍ୟପକ୍ଷରେ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ହୋଇଥିବା ବିଭୁ ତରାଇ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି।

Comment