ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

 

ଆଜି ରାୟଗଡ଼ା, ଗଜପତିରେ ପ୍ରଚାର କରୁଛନ୍ତି ନବୀନ

ଆଜି ଗଜପତି ଓ ରାୟଗଡ଼ାରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଥମେ ରାୟଗଡ଼ାର ଗୁଣପୁର, ବିଷମକଟକ ଓ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ଏବେ ନବୀନ ଗୁଣୁପୁରରେ ରୋଡ ସୋ କରିଛନ୍ତି। ରାୟଗଡ଼ାରେ ନିର୍ବାଚନ ପ୍ରଚାର ସାରି ଗଜପତି ଯିବେ। ଗଜପତିର ମୋହନା ଓ ପାରଳାଖେମୁଣ୍ଡିରେ ପ୍ରଚାର କରିବେ ନବୀନ।

୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କଂଗ୍ରେସ ଆଜି ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଜାଣନ୍ତୁ କେଉଁ ୯ ଆସନରେ କିଏ ହେଲେ କଂଗ୍ରେସ ପ୍ରାର୍ଥୀ।

ଭଣ୍ଡାରିପୋଖରୀ – ନିରଞ୍ଜନ ପଟ୍ଟନାୟକ

ଭଦ୍ରକ – ନଳିନୀକାନ୍ତ ମହାନ୍ତି

ବଡ଼ଚଣା – ସୀତାକାନ୍ତ ମହାପାତ୍ର

ଧର୍ମଶାଳା – ବିଜ୍ଞାନ ପଣ୍ଡା

ସାଲେପୁର – ରବୀନ୍ଦ୍ରନାଥ କର

ମହାକାଳପଡ଼ା – ବିଭ୍ରାଂଶୁ ଶେଖର ଲେଙ୍କା

ତିର୍ତ୍ତୋଲ – ଦେବୀ ପ୍ରସାଦ ମଲ୍ଲିକ

ବାଲିକୁଦା-ଏରସମା – ଲଲାଟେନ୍ଦୁ ମହାପାତ୍ର

ନିମାପଡ଼ା – ସତ୍ୟବ୍ରତ ପାତ୍ର

ଗୁଣପୁରରେ ନବୀନ – କହିଲେ, ‘‘କେନ୍ଦ୍ର ସାଜିଛି ବିରାଡ଼ି ବୈଷ୍ଣବ’’

ରାୟଗଡ଼ା ଜିଲ୍ଲା ଗୁଣପୁରରେ ବିଜେଡିର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆରମ୍ଭରୁ ନବୀନ କେନ୍ଦ୍ରକୁ ନିଶାନା କରିଛନ୍ତି। ଓଡ଼ିଶା ପ୍ରତି କେନ୍ଦ୍ରର ଆନ୍ତରିକତା ନଥିବା ଏବଂ ବିରାଡ଼ି ବୈଷ୍ଣବ ସାଜିଥିବା ନବୀନ କହିଛନ୍ତି।

ବାରିପଦାରୁ ବିଜେଡି ପ୍ରାର୍ଥୀ ହେଲେ ସରୋଜିନୀ ହେମ୍ବ୍ରମ

ଶେଷରେ ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ଦଳ ଟିକେଟ ଦେଇଛି। ସରୋଜିନୀ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି। ୨୦୦୯ରେ ସେ ବାଙ୍ଗିରିପୋଷି ବିଧାନସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଜିତିଥିଲେ। ଏହାସହ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ।

ବିଜେଡିରୁ ଇସ୍ତଫା ଦେଲେ ରବି ପାଣି

ନିର୍ବାଚନକୁ ଆଉ ମାତ୍ର ୪ ଦିନ ରହିଥିଲା ବେଳେ ଏବେ ନେତାଙ୍କର ଦଳ ଛଡ଼ା ପ୍ରକ୍ରିୟା ଜାରି ରହିଛି। ଏହି ମଧ୍ୟରେ ଆଜି ବିଜେଡିରୁ ଆଉ ଜଣେ ନେତା ଇସ୍ତଫା ଦେଇଛନ୍ତି। ସେ ହେଲେ ପୂର୍ବତନ ସାଂସଦ ତଥା ପାଲଲହଡ଼ା ପୂର୍ବତନ ବିଧାୟକ ରବି ନାରାୟଣ ପାଣି। ସେ ତାଙ୍କ ଇସ୍ତଫା ପତ୍ର ଦଳର ସୁପ୍ରମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିବା କହିଛନ୍ତି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ହଟ୍ ସିଟ୍ ବ୍ରହ୍ମପୁର – ଭୃଗୁଙ୍କ ଭରସା ମୋଦି ହାୱା

ଭୁବନେଶ୍ୱର-ଉତ୍ତର ହେବ ବସ୍ତି ମୁକ୍ତ, ମିଳିବ ସ୍ଥାୟୀ ପଟ୍ଟା – ଅପରାଜିତା ମହାନ୍ତି

ହଟ୍ ସିଟ୍ କୋରାପୁଟ – କଷଟି ପଥରରେ କୌଶଲ୍ୟା

Comment